ଜାଇ
ଜାଇ
ତୁମ କଳା ଜାଇ ମୋତେ କଲା ବାଇ
ସାଜିଲି ମୁଁ ତୁମ ପ୍ରେମିକ ।
ଓଠ ଧାରେ ଥାଇ ମନ କୁ ଚୋରାଇ
ସଜାଏ ମୋତେ ଭାବୁକ ।।
ଜଣା ନ ଥିଲା ଗୋ କଳା ଯାଇ ତୁମ
ଅନ୍ତରେ କରିଛି ଘର।
ହସ ରେ ମିଶି ତ ହସାଏ ଜଗତ
ଅନ୍ତରେ ମିଶି ତ ପର।
ଏ ଆଖି ମାନେନା ଏ ମନ ବୁଝେନା
ପତଙ୍ଗ ଯେମନ୍ତେ ନିଆଁ ।
ତୁମ କଳା ଯାଇ ମୋତେ କଲା ଛାଇ
ହଜିଲା ପ୍ରେମିକ ନାଆଁ ।।
କଳା ରୁ କାଳିମା ଜାଇ ରୁ ଜୋଛନା
ଦୂରତା ମାପିନି କେବେ।
ପାଗଳ ବାଟୋଇ ବୁଝିବି କିପରି
ମନ ମରି ଯାଏ ଯେବେ।।
ପରେଶ ଚନ୍ଦ୍ର ଦାସ,ଗୋପାଳପୁର
ଭୋଗରାଇ ,ବାଲେଶ୍ୱର

