STORYMIRROR

Pareshchandra Das

Romance

3  

Pareshchandra Das

Romance

ଜାଇ

ଜାଇ

1 min
209

ତୁମ କଳା ଜାଇ ମୋତେ କଲା ବାଇ

    ସାଜିଲି ମୁଁ ତୁମ ପ୍ରେମିକ ।

ଓଠ ଧାରେ ଥାଇ  ମନ କୁ ଚୋରାଇ

    ସଜାଏ ମୋତେ ଭାବୁକ ।।

ଜଣା ନ ଥିଲା ଗୋ  କଳା ଯାଇ ତୁମ

     ଅନ୍ତରେ କରିଛି ଘର।

ହସ ରେ ମିଶି ତ     ହସାଏ ଜଗତ

     ଅନ୍ତରେ ମିଶି ତ ପର।

ଏ ଆଖି ମାନେନା   ଏ ମନ ବୁଝେନା

     ପତଙ୍ଗ ଯେମନ୍ତେ ନିଆଁ ।

ତୁମ କଳା ଯାଇ  ମୋତେ କଲା ଛାଇ

     ହଜିଲା ପ୍ରେମିକ ନାଆଁ ।।

କଳା ରୁ କାଳିମା   ଜାଇ ରୁ ଜୋଛନା

     ଦୂରତା ମାପିନି କେବେ।

ପାଗଳ ବାଟୋଇ     ବୁଝିବି କିପରି

     ମନ ମରି ଯାଏ ଯେବେ।।

      ପରେଶ ଚନ୍ଦ୍ର ଦାସ,ଗୋପାଳପୁର

ଭୋଗରାଇ ,ବାଲେଶ୍ୱର

      

      


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance