ଜ୍ୱରରୁ ଉଠିତ
ଜ୍ୱରରୁ ଉଠିତ
ଜ୍ୱରରୁ ଉଠିତ ମୋ କଳାଠାକୁର
ଚିଡି ଚିଡ଼ା ଟିକେ ହେଲେଣି
ମନ ବଦଳିବ ବୁଲି ଗଲେ ଥରେ
ରଥ ତାଙ୍କ ସଜ ହେଲେଣି
ମାଆ, ମାଉସୀ ଡାକରା ଦେଲେଣି ।
ମାଉସୀ ମାଆର ମନ ମାନୁ ନାହିଁ
ନ ଦେଖି ଜଗାକୁ ଆଖିରେ
କେତେ ମଉଷଧି ପଡିରେ ରହିଲେ
ଧନ ମୋର ବଡ଼ ଦେଉଳେ
ଦେଖି ହେଉ ନାହିଁ ତା କଳା ବଦନ
ଅଦିନିଆ ଜ୍ୱର ଦେଲାକି କଷଣ
ମୁହଁ କାନ ଶୁଖି ଗଲାଣି ।
ଆସୁ ମୋର ଧନ ମୋଘରକୁ ଥରେ
କେତେ ସୁଆଦିଆ ଖୋଇବି
ସରାଗ ତାହାର ପୋଡପିଠା ପରେ
ପୋଡପିଠା କରି ଥୋଇବି
ଫେରିବ ସେ ଆଜି ନନ୍ଦିଘୋଷ ରଥେ
ପୋଡପିଠା ଦେବି ରହି ତାର ପଥେ
ତାପରେ ଦେବିଟି ମେଲାଣି ।
