STORYMIRROR

SUJATA DAS

Comedy

4  

SUJATA DAS

Comedy

ଇତିହାସ ଆଉ ଆମେ

ଇତିହାସ ଆଉ ଆମେ

1 min
359

ଇତିହାସ ପାଠ    

 ପଢିଲେ ଲାଗୁଚି    

  ଅଛି କିଛି ଗଡ଼ବଡ଼  

ବିଶ୍ୱାସ ହେଉନି    

 ମଣିଷ କୁଆଡେ    

  ପୂର୍ବରୁ ଥିଲା ମାଙ୍କଡ l


ଆମର ଵି ଥିଲା    

  ଲୋମଶ ସୁନ୍ଦର    

   ଗୋଟିଏ ଲମ୍ବା ଲାଙ୍ଗୁଡ଼  

ବିକଶିତ ହୋଇ    

  ଶରୀର କୁଆଡେ   

   ନେଇ ଅଛି ଭିନ୍ନ ମୋଡ l


ଗରିଲା ସୀପାଞ୍ଜି    

 ଓରାଙ୍ଗ ଓଟାଙ୍ଗ    

  ଆଉ ଯେତେ ସବୁ ମାଙ୍କଡ  

ତାଙ୍କ ସହ ଅଛି    

  ସାତ ଜନମରୁ    

  ସମ୍ପର୍କ ଆମର ନିବିଡ଼ l


ବଦଳିଛି ସିନା    

 ଶରୀର ଗଠନ    

  . ବଦଳିଛି ହାତ ଗୋଡ଼  

ଚେଷ୍ଟା କଲେ ଆମେ    

  ଡେଇଁ ପଳେଇବା    

   ଅଟ୍ଟାଳିକା ବଡ ବଡ ! 

  

ଲାଙ୍ଗୁଡ଼ ଧରିକି    

 ଟଣାଟଣି ଗୁଣ    

  .. ଭରିଛି ମନରେ ରଗଡ଼  

ଫେରିଯିବା ଚାଲ    

  ଆମ ନିଜ ଘରେ    

  ଆପଣାର ବଣ ପାହାଡ଼ l  


ଆମେ ସବୁ ପରା    

 ... ଉନ୍ନତ ଧରଣ    

  .. ଆଧୁନିକ ଯୁଗ ମାଙ୍କଡ  

ବାଙ୍କ ବାବୁଙ୍କ    

 ବାଡ଼ିରେ ପଶିକି    

  . ଖାଇବାନି ଜମା କାଙ୍କଡ଼ l  

  ଆମେ ସବୁ ପରା ମାଙ୍କଡ   



Rate this content
Log in

Similar oriya poem from Comedy