STORYMIRROR

pranati Mahapatra

Children

4  

pranati Mahapatra

Children

ଇସ୍ରୋ ର ପ୍ରଥମ ମହିଳା ବୈଜ୍ଞାନିକ

ଇସ୍ରୋ ର ପ୍ରଥମ ମହିଳା ବୈଜ୍ଞାନିକ

1 min
48


ଅଲିଅଳି ପୁଣି ଗୁଣବତୀ ଗଞ୍ଜାମର ଆସ୍କା ମାଟିରେ

ଗୌରବମୟ ଇତିହାସ ଲିପିବଦ୍ଧ ହେଲା ସ୍ଵର୍ଣ୍ଣାକ୍ଷରେ

ଉଣେଇଶ ଶହ ବାବନମସିହା ଅକ୍ଟୋବର ସତର

କନ୍ୟା ସୁଷମା ଜନମି ଥିଲେ ବ୍ରାହ୍ମଣ ପରିବାର।(୧)


ଓଡ଼ିଶାର ଗଞ୍ଜାମ ଜିଲ୍ଲାର ସୁଷମା ପାଣିଗ୍ରାହୀ

ପ୍ରଥମ ମହିଳା ବୈଜ୍ଞାନିକ ଇସ୍ରୋର ଥିଲେ ସେହି

ସତଷଠି ବର୍ଷ ବୟସରେ କର୍କଟେ ପୀଡିତ ହୋଇ

୨୦୨୦ମେ ସତରରେ ଗଲେ ଆମଠୁ ଦୂରେଇ।(୨)


ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରୁ ଉଦ୍ଭିଦ ବିଜ୍ଞାନ ପଢି

୧୯୮୨ଖଡ଼ଗପୁରରୁ ଆଇଆଇଟି ପିଏଚଡି

୧୯୮୩ ରେ ଯୋଗ ଦେଲେ ବୈଜ୍ଞାନିକ ଭାବରେ

କାର୍ଯ୍ୟସ୍ଥଳୀ ହେଲା ତାଙ୍କ ଇସ୍ରୋ ଅହମଦାବାଦରେ।(୩)


ରିମୋଟ ସେନିଟିଙ୍ଗ ବିଷୟରେ

ସଦା କରୁଥିଲେ ଗବେଷଣା ,

ବନ୍ୟା ବାତ୍ୟା ଫସଲ ପରିଚାଳନା

ଆଉ ବିପର୍ଯ୍ୟୟ ପରିଚାଳନା।(୪)


ନିଷ୍ଠାପର ସହ କରିଥିଲେ କାର୍ଯ୍ୟ

ଦୀର୍ଘ ତିରିଶ ବର୍ଷ ସେଠାରେ,

ସ୍ଵାମୀ ମାନବ ଚକ୍ରବର୍ତ୍ତୀ ପରମାଣୁ

ବିଜ୍ଞାନୀ ସାଥେ ଥିଲେ ଇସ୍ରୋରେ।(୫)


ଓଡ଼ିଶାର ମାଟି କେବଳ ତ ନୁହେଁ 

ଝୁରେ ଏ ଭାରତ ସାରା ,

ବିଧିର ନିର୍ଦ୍ଦେଶେ ବାହୁଡିଲେ ସିନା

ଅକ୍ଷୟ ତୁମ କୀର୍ତ୍ତି ପରା।(୬)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children