STORYMIRROR

SOUMYA RANJAN KSHETI

Romance Inspirational

3  

SOUMYA RANJAN KSHETI

Romance Inspirational

ଇପସିତ ଆକାଶ

ଇପସିତ ଆକାଶ

1 min
260

 


ରାସ୍ତା ବୋଲି କିଛି ନାହିଁ..

ଆମେ କିଆଁ ଖୋଜିଯିବା, ଆମରି ଠିକଣା

ଆମେ ଯେଉଁଠି ପକାଇବା ପାଦ

ସେଇଠି ଠିକଣା, ସେଇଠି ହିଁ ହେବା ବାଟବଣା

ସେଇଟାହିଁ ଆମର ମାଲିକାନା


ଥରେ ତମେ ପାପୁଲିରେ ମୋର

ଥୋଇ ଦିଅନ୍ତନି, ଡାହାଣ ପାଦକୁ ତମର


ଆକାଶ ନାହିଁ ..ଜହ୍ନବି ନାହିଁ...

ଆମେ ଅନ୍ଧାରରେ ଉଡିବୁଲିବାକୁହିଁ

ଆମ କୁଟାକାଠି ବସାର ଇସାରା


କାକର ନାହିଁ...ଫୁଲ ନାହିଁ...

ଅଛିତ କେବଳ ଆମ ବୋଲି

ଶୂନ୍ୟ ଦେହରୁ ନିଗୁଡୁ ଥିବା ମଧୁକ୍ଷରା


ସମୁଦ୍ର ଫମୁଦ୍ର କିଛି ନାହିଁ ଯେ,

ଆମେ ଆମ ସମ୍ପର୍କ ପଥରରୁ

ଶିଉଳି ଛଡେଇ ରାଶି ରାଶି ରେଣୁ ହେଇ

ହଜିଯିବା ତା'ରି ଭିତରେ


ହଜିବାକୁ ଅଛି ଯଦି ହଜିବା ନିଶ୍ଚୟ

ଆମକୁ ଖୋଜିବ କେହି ଜଣେ

ଏହି କଥା ଦିଅ,

ନପାରୁଛ ଯଦି

ଚାଲ ତମେ ମୋ ଭିତରେ ହଜିବ

ମୁଁ ତମ ଭିତରେ ହଜିବି

ତମେ ମୋତେ ଖୋଜୁଥିବ

ମୁଁ ତୁମକୁ ହିଁ ଖୋଜି ବୁଲୁଥିବି......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance