କବିତା- ସ୍ୱପ୍ନରେ
କବିତା- ସ୍ୱପ୍ନରେ

1 min

1.9K
ସ୍ୱପ୍ନରେ
ନିସ୍ତବ୍ଧ ଓ ନିଶ୍ଚଳର କୁହୁକ ଘନ
ରାଜୁତି ଭିତରେ
ମୁଁ ବିହ୍ୱଳ ହୋଇପଡିଛି
ସବୁଜ ବନ ଓ ତା’ ମଧ୍ୟରେ ଥିବା ନିଃସଙ୍ଗ କୁଡିଆ କାନ୍ଥରେ
ସ୍ଥିର ନିଶ୍ଚଳ ଥିବା ଝିଟିପିଟି
ମନ୍ଦ ସମୀରଣ
ଜୋସ୍ନା ଭର୍ତ୍ତି ନୀଳ ଆକାଶ
ତୁମକୁ ଡାକେ ନା ନାହିଁ ବୁଡିଯିବାକୁ
ଏ ନୀରବତାର ସହବାସରେ ?
ଗଛ, ଫୁଲ, ପାହାଡ
ଏମାନେ କେବେଠୁ ହେଲେଣି
ସ୍ୱାର୍ଥପର ଯେ
କିଛି ଫୁସ୍ ଫୁସ୍ କଲେ ନାହିଁ ତୁମ କାନରେ
ପ୍ରତିଦିନ ସଜେଇ ହେଉଥାଅ
ମୋ ସ୍ୱପ୍ନରେ
ମୁଁ ଏଠି ବିବସ୍ତ୍ର ହେଉଥାଏ
ତମ ଆଲିଙ୍ଗନରେ.....।
ସୌମ୍ୟ ରଞ୍ଜନ କ୍ଷେତୀ
ସୁବର୍ଣ୍ଣପୁର
ମୋ- ୯୪୩୭୬୦୬୩୮୨