STORYMIRROR

Prafulla Chandra Mishra

Abstract

3  

Prafulla Chandra Mishra

Abstract

ଈଶ୍ୱର

ଈଶ୍ୱର

1 min
291



ଈଶ୍ଵର ତୁମେ ବିଶ୍ଵର   ତୁମେ ବଳ ତୁମେ ଶକ୍ତି 

ତୁମେତ ଅନନ୍ୟ ଧନ୍ୟ ଚିତ୍ରକର

ତୁମେ ପରାଂଗତି ପରାଂମୁକ୍ତି

ଈଶ୍ଵର ତୁମେ ବିଶ୍ଵର ତୁମେ ବଳ ତୁମେ ଶକ୍ତି ।।


ଈଶ୍ଵର ତୁମେ ନସ୍ଵର  ଚିରନ୍ତନ ଦିବ୍ୟ ଜ୍ୟୋତି

ଆକର୍ଷିତ କର ଜନ ଜୀବନକୁ

ତୁମେ ଜୀବଜଗତର ଦୃଷ୍ଟି

ଈଶ୍ଵର ତୁମେ ବିଶ୍ଵର ତୁମେ ବଳ ତୁମେ ଶକ୍ତି ।।


ଈଶ୍ଵର ଏଇ ସଂସାର  ତୁମର ଅଦ୍ଭୁତ ସୃଷ୍ଟି

କିଟୁ ବ୍ରହ୍ମ ଯାଏଁ ସବୁ୍ରେ ନିହିତ

ତୁମେ ଅଖିଳ ବିଶ୍ଵ ପତି

ଈଶ୍ଵର ତୁମେ ବିଶ୍ଵର ତୁମେ ବଳ ତୁମେ ଶକ୍ତି ।।


ଈଶ୍ଵର ତୁମେ ଅକ୍ଷର  ଅବର୍ଣ୍ଣନ ବିଶ୍ଵ ମୂର୍ତ୍ତି

ପାର୍ଥ ପରମାର୍ଥ ଅର୍ଥ

େ ବସିଭୁତ

ହେଲା କ୍ଷତ୍ରିୟ ଧର୍ମେ ବ୍ରତି

ଈଶ୍ୱର ତୁମେ ବିଶ୍ଵର ତୁମେ ବଳ ତୁମେ ଶକ୍ତି ।।


ଈଶ୍ୱର ତୁମେ ନିସ୍ଵର  ତୁମେ ଦୁଃଖ ବେଳର ସାଥି

ଦୁଃଖୀ ର ସଙ୍ଗାତ ତେଣୁ ତ ନିରତ

ଉଡ଼େ ପତିତପାବନ ଜୈତ୍ରୀ

ଈଶ୍ୱର ତୁମେ ବିଶ୍ଵର ତୁମେ ବଳ ତୁମେ ଶକ୍ତି ।।


ପଞ୍ଚାଳୀ ବିକଳ ଶ୍ରୁତି  ଗୋଚର, ମୃଗୁଣୀ ସ୍ତୁତି

ଧ୍ରୁବ,ପ୍ରହଲ୍ଲାଦ,ଗଜ ର ପ୍ରମାଦ

ଉଦ୍ଧାର କରିଛ ଯଦୁପତି

ଈଶ୍ୱର ତୁମେ ବିଶ୍ଵର ତୁମେ ବଳ ତୁମେ ଶକ୍ତି ।।


ଈଶ୍ୱର କର ଉଦ୍ଧାର  ନାହିଁ ମୋର ଗତି,ମୁକ୍ତି

ତବ କଞ୍ଜପଦ ସେବାରେ ହେ ନାଥ

ଏଇ ଭବବନ୍ଧ ରୁ କରମୁକ୍ତି

ଈଶ୍ୱର ତୁମେ ବିଶ୍ଵର ତୁମେ ବଳ ତୁମେ ଶକ୍ତି ।।



Rate this content
Log in

Similar oriya poem from Abstract