Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo ( Neetu )

Romance

3  

Satyanarayan Sahoo ( Neetu )

Romance

ଇଚ୍ଛାବତୀ ପାଇଁ ଅନନ୍ୟ ଶୃଙ୍ଗାର

ଇଚ୍ଛାବତୀ ପାଇଁ ଅନନ୍ୟ ଶୃଙ୍ଗାର

1 min
221


ତୋ ପାଇଁ ଏମିତି ମହକୁ ଥାଉ - 

ମୋର ଲକ୍ଷେ ଜହ୍ନରାତି.... 

ତମାମ ଏକଲାପଣ, ଅଣାୟତ୍ତ ସ୍ଵପ୍ନ... 

ଯେତେ ସବୁ ମହାର୍ଘ ସମ୍ପତ୍ତି 

ମୋ ହୃଦୟର ନିଝୁମ୍ ଶ୍ରାବଣ ll 


ଇଚ୍ଛା ମୋର ମଖମଲି ନଈ 

ଦୁଇ କୂଳ ଖାଲି ;

ମୋ ଇଚ୍ଛାର ପ୍ରାଣ ତୁହି - 

ବେଗମତୀ ସରଯୂର କାକଳି ll 


କାହା ପାଇଁ ଗଭାରେ ତୋ 

ଦୁର୍ବହ ଗଜରା...?? 

ଜାଣେ ନାହିଁ କାହା ପାଇଁ ସାଇତିଛୁ - 

ସହସ୍ର ରୋମାଞ୍ଚ ! 

ପ୍ରଣୟ ପସରା !! 

ଲୋ ବଧୂଲୀ ଅଧରା.....?? 


ତୁହି କିନ୍ତୁ ମୋ ଇଚ୍ଛାର ଇଚ୍ଛାବତୀ, 

ମୋ ମାନସୀ ମଦାଳସା, ନିତ୍ୟ- ମଧୁମତୀ 

ପାଏ କି ନ ପାଏ ତୋତେ 

ଜନ୍ମ - ଜନ୍ମାନ୍ତରେ 

ଯୁଗେ ଯୁଗେ ରଚୁଥିବି ଅନନ୍ୟ ଶୃଙ୍ଗାର 

ନିତି ତୋ ସାଙ୍ଗରେ ll 



Rate this content
Log in

Similar oriya poem from Romance