STORYMIRROR

Trushna Das

Romance

3  

Trushna Das

Romance

ହୁରି ପଡିଛି ପ୍ରିୟାକୁ ମୋର ଜ୍ଜର

ହୁରି ପଡିଛି ପ୍ରିୟାକୁ ମୋର ଜ୍ଜର

1 min
219

ହୁରି ପଡିଛି ପ୍ରିୟାକୁ ମୋର ଜ୍ଜର ଆସିଛି

    ମୁଁ ଯେ ବ୍ୟାକୁଳ ହୋଇଛି 

ତାକୁ ଦେଖିବା ପାଇଁ 

    ହେଲେ ସେ ଯେ ତା' ଘରେ ବସିଛି ମୁହଁ ଫୁଲାଇ।।


ପ୍ରିୟା ମୋର ଭାରି ଅଭିମାନିନୀ

    ସେ ରୂପରେ ଯେମିତି ସୁନ୍ଦରୀ

ଗୁଣରେ ସେମିତି ଗୁଣୀ

    ହେଲେ ସେ ଭାରି ଗେହ୍ଲି।।


ପ୍ରିୟା ମୋର ପାରେ ନା କଥା ଜମାରୁ ସହି

    ରାଗି ଗଲେ ସେ ନୁହେଁ କାହାରି

ରାଗରେ ବହୁ କଥା ସିନା କହି ପକାଏ

    ହେଲେ ପରେ ଗୋପନରେ ସେ କଥା ଭାବି କାନ୍ଦେ ଏକା ବସି।। 


ପିଲା ଦିନରୁ ଆମେ କରୁଛୁ ପ୍ରେମ 

    ରହି ପାରୁନା ନ ଦେଖି ପରସ୍ପରକୁ ଗୋଟିଏ ବି ଦିନ 

ସ୍ଥିର କରିଛୁ ଆମେ ହୋଇବୁ ଜୀବନ ସାଥୀ 

    ହେଲେ ଅଝଟିଆ ପ୍ରିୟା ମୋର ବୁଝୁ ନାହିଁ ପରିସ୍ଥିତି।। 


ପ୍ରିୟା ମୋ ଜିଦ୍ ଧରି ବସିଛି

    ଆମ ପ୍ରେମ ସମ୍ପର୍କ ବିଷୟରେ ତା ପରିବାର କହିବା ପାଇଁ 

କେମିତି କହିବି ପଚାରିବାରୁ ପ୍ରିୟାକୁ ମୋର

    ରାଗି ଯାଇଛି ପ୍ରିୟା ମୋର।।


ବହୁତ ମନେଇଲା ପରେ 

    ରାଜି ହେଲା ଗତ କାଲି ଫିଲ୍ମ ଦେଖିବା ପାଇଁ ସେ

ବର୍ଷା ପାଇଁ ଆସିବାକୁ ମୋର ହେଲା ଡେରି ଟିକେ

    ରାଗି ଯାଇ ପ୍ରିୟା ଭିଜି ଗଲା ବର୍ଷାରେ

ପହଞ୍ଚିବାରୁ ମୁଁ ତା ଆଖିରୁ ଲୁହ ଝର ଝର ହୋଇ ବହି ଗଲା ରାଗରେ

   କାଲି ତାକୁ ପୁଅ ଘର ଦେଖିବାକୁ ଆସୁଛନ୍ତି ଯେ

କାଲି ସୁଧା ନ କହିଲେ ତା ଘରେ

    ବାହାଘର ପାଇଁ ମାରି ଦେବ ହଁ ସେ।। 


ମୋ କଥା ଶୁଣିଲା ନାହିଁ ସେ ଜମାରୁ

    ରାଗି ଯାଇ ପଳାଇଲା ଧାଇଁ ଘରକୁ

ଫୋନ୍ ମୋ ଉଠାଉ ନାହିଁ ଜମାରୁ

    ମନଟା ଭଲ ଲାଗୁ ନାହିଁ ଆଦୌ।। 


ଆଜି ସକାଳୁ 

   ସାଙ୍ଗମାନଙ୍କଠାରୁ 

ହୁରି ପଡିଛି ଚାରିଆଡ଼େ 

    ମୋ ପ୍ରିୟାକୁ ଜ୍ଜର ଆସିଛି ବୋଲି ଯେ।।


ହୁରି ପଡିଛି ପ୍ରିୟାକୁ ମୋର ଜ୍ଜର ଆସିଛି

   ଫୁଲେଇ ମୋ ରାଗି ଯାଇ 

କହିଛି ବାହା ହେବ ଆଉ କାହାକୁ ବୋଲି

ଫୋନ୍ ବି ଉଠାଉ ନାହିଁ ମୋ ବାୟାଣୀ 

    କେମିତି ମୁଁ ତାକୁ ଦେବି ଖୁସି ଖବର ଆଜି

ମୋ ଛଡା ଆଉ କେହି ଯାଉ ନାହିଁ ତା ବର ସାଜି

    ମୁଁ ପରା ହେବି ତା ଜୀବନ ସାଥୀ।


Rate this content
Log in

Similar oriya poem from Romance