ହତଭାଗିନୀ ପ୍ରିୟଙ୍କା ରେଡ୍ଡୀ
ହତଭାଗିନୀ ପ୍ରିୟଙ୍କା ରେଡ୍ଡୀ
ସେଦିନ, ସେହି ସ୍ତୁପ ସ୍ତୁପ ନିର୍ଜନତା
ଆଉ ବିପୁଳ ଅନ୍ଧାର
ତୁମ ସମର୍ପିତ ପଶୁସେବା ସାରି
ହୋଇଲ ବାହାର ।
ତୁମ ଚିରାଚରିତ ଗନ୍ତବ୍ୟ ପଥଥିଲା
ଅତି ଆପଣାର
ଫେରିଯାଇ ମାଆହାତୁ ଖାଇବାକୁ
ଇଚ୍ଛା ଥିଲା ଦୁର୍ବାର ।
କିଏଜାଣିଥିଲା,ଛଳନାର ରଙ୍ଗଶାଳେ
ଫସିଯିବ ଏମିତି କିପରି
ଯନ୍ତ୍ରଣା ର ଯଉଘରେ ଶୋଇଯିବ
କିଛି ନ ବିଚାରି??
ଅବ୍ୟକ୍ତଭାଷା ଓ ଉଦବେଳିତ ହୃଦକମ୍ପନ ରେ ଡର
ଦେଉଥିଲ କେତେ ଆକୁଳଆର୍ତ୍ତଚିତ୍କାର ସ୍ବର !!
କିନ୍ତୁ, ସେହି ଗାଢ଼ ନିର୍ଜନତା ଆଉବିପୁଳ ଅନ୍ଧାର
ଚାରି ରାକ୍ଷସଙ୍କୁ କଲା ମତୁଆଲା
ଅଧୀର ଆକୁଳ
ସୀମାହୀନ କାମନାର ତୃଷ୍ଣା ତାଙ୍କ ଖୋଜୁଥିଲା
ମଧୁ ଓ ମଦିରା
ତୁମ ସୌନ୍ଦର୍ଯ୍ୟର ଗହଗହବାସ୍ନା
ତାଙ୍କୁକଲା ପୁଲକିତ
ମିଳିଗଲା ପିଇବାର ସୁରା
ବୁଝିଲାନି ଲାଭକ୍ଷତିଦଣ୍ଡବିଧାନର
ଅନର୍ଥକ ଯୁକ୍ତି
ରଚିଗଲେ ଇତିହାସ ମୃତ୍ୟୁଦଣ୍ଡ
ପାଇବାକୁ କରିଗଲେ ଚୁକ୍ତି
ଲୁଣ୍ଠିଲୁଣ୍ଠି ଜାଳିଦେଲେ ତୁମର ସେ ସମଗ୍ରସତ୍ତା
ରହିଗଲା ଅଧାପୋଡା ଅବୟବ
ପାଉଁଶ ର ଛିଟା ।
•••••••••••••••••••••••••••••
ମାଆ କାନ୍ଦୁଅଛି ବାହୁନି ବାହୁନି
ସବୁମନେ ହାହା କାର ସ୍ବର
ନ୍ୟାୟ ପାଇଁ ରାଜରାସ୍ତା ସାରା
ଚାଲୁଅଛି ଲମ୍ବା ପଟୁଆର ।
ସକାଳ ର କଥା ସଞ୍ଜକୁ ନ ଥାଏ
ମଉଳିଲା ପରେ ଫୁଲ
ଫୁଲ ସରଳତା ବାଧକ ସାଜିଛି
ସମାଜ ହାଟେ ଅମୁଲ୍ୟ ।
ନାରୀନାମ୍ନୀ ଫୁଲ ସମାଜଉଦ୍ୟାନେ
ଲୋଲୁପ ହୁଅନ୍ତି ବାଇ
ମଧୁଶୋଷିବାକୁ ବ୍ୟାକୁଳ ପରାଏ
ଆସନ୍ତି ସଭିଏଁ ଧାଇଁ ।
କାମାନ୍ଧ ରାକ୍ଷସ କିଛି ତବୁଝିଲାନି
ଖିନଭିନ କରିଦେଲା
ଭାବିଲା ବେଳକୁ ସବୁତ ସରିଛି
ଅକାଳେ ଉଜୁଡି ଗଲା ।
ବିଟପୀ ପୁରୁଷ କାମୁକ ରାକ୍ଷସ
ମାରି ଶେଷେ ଜଳାଇଲା
ନାରୀଟିଏ ହୋଇ ଜନମ ନେବାରେ
ସତେ କଣ ଭୁଲହେଲ ?
