STORYMIRROR

DILIP KUMAR SAHOO

Abstract

4  

DILIP KUMAR SAHOO

Abstract

ହସିବ ମାଟି ମାଆ

ହସିବ ମାଟି ମାଆ

1 min
250

ଜନ ସହଯୋଗ ସହଭାଗିତା ରେ 

ହସଇ ପଡିଆ ଭୂଇଁ

ସବୁଜ ସୁନ୍ଦର ହୁଏ ଚଉଦିଗ

ସୁଲୁସୁଲୁ ବାଆ ବହି ।


ରାସ୍ତା କଡ ଅବା ହେଉ ବନ୍ଧବାଡ

ଖୋଲା ଜାଗା ଅଛି ଯହିଁ

ବନ ବିଭାଗ ରୁ ଚାରା ମିଳୁଅଛି

ଲଗାଇବା ଗଛ ନେଇ

ଗଛ ଭରିଦେଲେ ଆଦ୍ରତା ବଢିବ

ମାଟି ଯିବ ନାହିଁ ଧୋଇ ।


ହାତକୁ ହାତରେ ମିଶାଇ ଦେବାରେ 

ଆମ ପରିବେଶ ପାଇଁ

ମନ କରି ସ୍ବଚ୍ଛ ଲଗାଇବା ଗଛ 

ଆକାଶ କୁ ଯିବ ଛୁଇଁ

ଦୁନିଆରେ ପାଣି ପବନର ଆଉ

ଅଭାବ ରହିବ ନାହିଁ ।


ମଉସୁମୀ ଆସି ମେଘ ବରଷିବ

ଗଛର କାହାଣୀ କହି

ଖୋଲା ପବନକୁ ଭରା ଅମ୍ଳଯାନ

ବାଟଘାଟ ଛାଇ ଛାଇ

ମୁକୁଳା ମାଟିରେ ପୁଲକ ଭରିବା

ଏକତାର ଗୀତ ଗାଇ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract