STORYMIRROR

Panchanan Jena

Tragedy

4  

Panchanan Jena

Tragedy

ହସ ହସ ଚରଣାମୃତ

ହସ ହସ ଚରଣାମୃତ

1 min
403


ଅନେକ ଦିନ ପରେ

ଦେଖାହେଲେ ଚିହ୍ନାଜଣା ସହୋଦର

କପୋଥକଥନ ଲମ୍ବିଯାଏ

ଅସରନ୍ତି ଆସର

ମୂଖ୍ୟ ବିନ୍ଦୁ ଘୁରୁଥାଏ କେବଳ

କୃତିତ୍ଵ ଭିତରେ ଲୁଚିଥିବା

ଆତ୍ମ ବଡ଼ିମାର ଫମ୍ପା ପାମ୍ପଲେଟ

ସ୍ୱ-ପ୍ରଚାର ସ୍ୱ-ପ୍ରସାର ।


ମେଳାରେ ବୁଲୁ ବୁଲୁ

ଆଖିରେ ଆଖି ମିଶିଗଲେ

ସହପାଠୀ ଅବା ବାଲ୍ୟ ବନ୍ଧୁ ସୋଦର

ମୁଁହ ଖୁସିରେ ଝୁମି ଉଠେ

ଭିଡ଼ କୋଳାହଳକୁ ରୁହେନା ନଜର

ଘର ପରିବାର ପଚାରୁ ପଚାରୁ

ପିଲା ଝିଲା ସଂଖ୍ୟା ବୃତ୍ତି ନେବାରୁ ଦେବାରୁ

କେତେବେଳେ ପହଞ୍ଚିଯାଉ

ଶୈଶବ କୈଶୁର ବେଳର

 ଚପଳ ଛନ୍ଦ ଦୁଷ୍ଟାମୀ 

ପ୍ରଥମ ପ୍ରେମର ଉପାଖ୍ୟାନ

ପ୍ରଥମ ଚିଠିପତ୍ର ସ୍ତମ୍ଭରେ ପ୍ରତ୍ୟାଖାନ

ଇତ୍ୟାଦି ଇତ୍ୟାଦି ସାଇତା ଗୁପ୍ତନଗର ।


ବେଳେବେଳେ ବସ୍ ବା ଟ୍ରେନରେ 

ଚିହ୍ନା ମୁଁହ ଭେଟ ହେଲେ 

ବସଷ୍ଟାଣ୍ଡରେ ବା ପ୍ଲାଟଫର୍ମରେ

ଦୂର ସହରରେ ଅନ୍ୟ ରାଜ୍ୟରେ

ଅହେତୁକ ଆପଣାପଣ ଗଜୁରି ହସେ

 ମଣ୍ଡା ପିଠା ପରି ବାସେ ସୁବାସେ ମୁଖ ଗହ୍ଵର ।


ଅଳପ ବହୁତ ଗଳ୍ପ କରୁ ଡରୁ

ଧସେଇ ପଶି ଆସେ

 ରାଜ୍ୟ-ଦେଶ -ବିଦେଶର ରାଜନୀତି

କ୍ରିକେଟ -ରାମମନ୍ଦିର -ଧାରା ୩୭୦ 

କୃତ୍ରିମ ବୁଦ୍ଧିମତା 

ୟୂକ୍ରେନ - ରୁଷିଆ ଯୁଦ୍ଧ

ଇଜରାଏଲ-ହାସାସ୍‌ ତାଣ୍ଡବଲୀଳା

ତୃତୀୟ ବିଶ୍ଵଯୁଦ୍ଧର ସମ୍ଭାବନା

ଇତ୍ୟାଦି ଇତ୍ୟାଦି ଜବର ଖବର ।


ପବନ କରିବାକୁ 

ପର୍ଯ୍ୟାସ୍ତ ସମୟ ମିଳିଯାଇଛି

ଖାଲି ବସି ହେବନି

ଶୁଣିବାକୁ କାନ

କହିବାକୁ ପାଟି

ବିଧାତା ଦେଇଛନ୍ତି

ଚୁପ୍ ରହିଲେ ଖନା ମାରିଯିବ

କ'ଣ ଭାବିବେ ଦେଖଣାହାରୀ ବିପ୍ରବର ।


ସମ୍ଭାବନାର ସରଣୀ 

ହେଲେ ହେଇପାରେ ଅଦୃଶ୍ୟ 

ସମୟ କାଟିଦେଲେ

ବାଣ୍ଟି କୁଣ୍ଟି 

ମିଛର ଛୁଙ୍କ ଲଗେଇ

କେଇ ଘଣ୍ଟା ତୃପ୍ତି ମିଳିଯିବ ଅବଶ୍ୟ

ଲୋକେ ବୋଲେଇବେ ଖାଣ୍ଟି ମାନ୍ୟବର ।


ମଧ୍ୟମ ବର୍ଗର ବୃଥା ଅସ୍ଫାଳନ 

ସମସ୍ୟା ବହୁଳ ଜୀବନ

ଶୁଣିବାକୁ ମିଳନ୍ତି ନାହିଁ

ନିଜର ଆପଣାର କେହିଜନ

ଉରସା ପାଏନା

ବଖାଣିବାକୁ କିଛି ଆନ୍ତରିକ ଅଭିବ୍ୟକ୍ତି

ନ ହେଉ ସଫଳ ପରୀକ୍ଷଣ

ନ ହେଉ ସମ୍ଭାବ୍ୟ ସମାଧାନ 

ଚର୍ବିତ ଚର୍ବଣରେ ପରା

ଅଧା ସମସ୍ୟା ମୂଳ ଉତ୍ପାଟନ 

ସମସ୍ୟା ବହୁଳ ବିଶ୍ଵ ବାତାୟନ ପାଶେ

ସେମାନେ ଏକା ଧୁରନ୍ଧର

ଅନ୍ୟମାନେ ସବୁ ଭକୁଆ ଟାଉଟର ।


ମାତ୍ର ବୁଝି ହୁଏନା ଜମା

କହିବାକୁ ବହୁତ କିଛି ଥିଲେ ବି

କିଛି ଅକୁହା ରହିଯାଏ 

ଛାତି ତଳେ ଚାପିଯାଏ

ଜିଭ ତଳେ କବର ନେଇଯାଏ

ହାତ ଗଣତିରେ ଫାଳେ ଅଧେ

ଛାଡିଫଟା ମରମକଟା ଯୁକ୍ତି କଟୁକ୍ତି

କୋହଭରା ଅନ୍ତରଥରା ଗୁପ୍ତ ନୀତି

ବିଶ୍ଵାସଘାତୀ ପକ୍ଷପାତୀ ସୁପ୍ତ ନଥି

ଅଚଳ ଅଧୁଳି ପରି

ଅବ୍ୟକ୍ତ ହୋଇ ଶୋଇଯାଏ ଶୂନ୍ୟଘର ।


କିନ୍ତୁ ବିଡମ୍ବନାର ଘୃତ

ତୁଣ୍ଡରୁ ଝରୁଥାଏ

ହସ ହସ ଚରଣାମୃତ

ସବୁ ଠିକ୍ ଠାକ୍ ଚାଲିଛି ମୀତ

ଭଗବାନଙ୍କ ଦରବାରରେ ଜୀବନ ଅମୃତ ।।


Rate this content
Log in

Similar oriya poem from Tragedy