ହସ ଚୋରି କଲା ପ୍ରିୟା
ହସ ଚୋରି କଲା ପ୍ରିୟା
ଦଶହରା ପର୍ବ
ଆସି ଯାଇଅଛି
ଅନେକ ଖୁସିକୁ ନେଇ,
ପୂଜାର ବଜାର
ଜନ ଗହଳିରେ
ସତରେ ଫାଟି ପଡ଼ଇ।
ମୋ ମନରେ କିନ୍ତୁ
ତିଳେ ନାହିଁ ଖୁସି
ଘରେ ମୁଁ ବସିଛି ଋଷି,
ବହୁ ଚେଷ୍ଟା କରି
କାହିଁକି କେଜାଣି
ହୋଇ ପାରୁନାହିଁ ଖୁସି।
ଜଡ ସlଜ ସଜା
ବଜାର ଗହଳି
ଦେଇ ପାରୁ ନାହିଁ ଖୁସି,
ତୁମେ ନାହଁ ପ୍ରିୟେ
ପାସରେ ମୋର ଯେ
କେମିତି ପାରିବି ହସି।
ସବୁଦିନ ପାଇଁ
ମୋ ଓଠରୁ ପ୍ରିୟେ
ଚୋରି କରି ନେଲ ହସ,
ସେଥିପାଇଁ ଆଜି
ବସିଛି ମଉନେ
ମନରେ ଭରି ବିରସ।
କି ଲାଭ ପାଇଲ
ହସ ଚୋରି କରି
କଲ ଦୁନିଆରେ ଏକା,
ବିରସ ମନକୁ
ସାଥିରେ ନେଇ ମୁଁ
ବାଟ ଚାଲେ ଏକା ଏକା।

