STORYMIRROR

Prasanna kumar sahu

Romance Tragedy

3  

Prasanna kumar sahu

Romance Tragedy

ହସ ଚୋରି କଲା ପ୍ରିୟା

ହସ ଚୋରି କଲା ପ୍ରିୟା

1 min
232


ଦଶହରା ପର୍ବ

ଆସି ଯାଇଅଛି

ଅନେକ ଖୁସିକୁ ନେଇ,

ପୂଜାର ବଜାର

ଜନ ଗହଳିରେ

ସତରେ ଫାଟି ପଡ଼ଇ।


ମୋ ମନରେ କିନ୍ତୁ

ତିଳେ ନାହିଁ ଖୁସି

ଘରେ ମୁଁ ବସିଛି ଋଷି,

ବହୁ ଚେଷ୍ଟା କରି

କାହିଁକି କେଜାଣି

ହୋଇ ପାରୁନାହିଁ ଖୁସି।


ଜଡ ସlଜ ସଜା

ବଜାର ଗହଳି

ଦେଇ ପାରୁ ନାହିଁ ଖୁସି,

ତୁମେ ନାହଁ ପ୍ରିୟେ

ପାସରେ ମୋର ଯେ

କେମିତି ପାରିବି ହସି।


ସବୁଦିନ ପାଇଁ

ମୋ ଓଠରୁ ପ୍ରିୟେ

ଚୋରି କରି ନେଲ ହସ,

ସେଥିପାଇଁ ଆଜି

ବସିଛି ମଉନେ

ମନରେ ଭରି ବିରସ।


କି ଲାଭ ପାଇଲ

ହସ ଚୋରି କରି

କଲ ଦୁନିଆରେ ଏକା,

ବିରସ ମନକୁ

ସାଥିରେ ନେଇ ମୁଁ

ବାଟ ଚାଲେ ଏକା ଏକା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance