STORYMIRROR

Bidyutprabha Gantayat

Inspirational

2  

Bidyutprabha Gantayat

Inspirational

ହର୍ଷ ଗୀତି

ହର୍ଷ ଗୀତି

1 min
13.9K


............

ଏକ

ସବୁଜ ଘାସ ଓ ସମୟର କାଶତଣ୍ଡୀ

ଭଲପାଇବାର ନିଶାରେ ବିଭୋର

ତୁମ ନୀରବତା ର ଗବାକ୍ଷ ଫାଙ୍କ ରୁ

ଭାସିଆସେ ଦମକାଏ ପଵନରେ

ବନାନୀର ବିଭୋର ରାଗିଣୀ

ମୋ ନିଷ୍ଠାର ସଫେଦ ଗୋଲାପ

ପାଖୁଡା ମେଲାଏ।

ଦୁଇ

ଆତ୍ମା ଛନ୍ଦି ହୁଏ

ଆହ୍ଲାଦର ଆଲିଙ୍ଗନେ

କାଳ, ସମୟର ଖବର ରଖେନା

ଖୋଜିବୁଲେ କେଉଁ ବର୍ଷିୟାନ

ବୃକ୍ଷ କୋରଡ଼ରେ ଦ୍ବା-ସୁପର୍ଣ୍ଣା

ମଗ୍ନ ଦୁଇ ପକ୍ଷୀଙ୍କର

ହୃଦୟରୁ ହୃଦୟ କୁ ସଂଚରୁଥିବା

ସ୍ପଟିକରୁ ବିଶ୍ୱାସ ର ମୁଠାଏ ରଶ୍ମିକୁ

ପାରଦର୍ଶୀ ମନଟିଏ ଲୋଡା

ସବୁଜ ଘାସ,

ସଫେଦ ଗୋଲାପ

ଓ ବିଶ୍ୱାସର ପକ୍ଷୀମାନଙ୍କ ପାଇଁ

ପଦଟିଏ ଗାଇବାକୁ।

ଡ଼ ବିଦ୍ୟୁତପ୍ରଭା ଗନ୍ତାୟତ

***


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational