STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Comedy

2  

ଓଡ଼ିଆ ଗଳ୍ପ ଓ କବିତା - ୩

Comedy

ହରିକୁ କହିଲା ଭଉଣୀ ମିତା

ହରିକୁ କହିଲା ଭଉଣୀ ମିତା

1 min
13.9K


ହରିକୁ କହିଲା ଭଉଣୀ ମିତା

ବାପାଙ୍କୁ କୁଆଡ଼େ କହନ୍ତି ପିତା?

ସେଦିନ ହରିଆ ବିଚାର କଲା

ଦେଖିବି କେମିତି ପିତା ସେ ଭଲା।

ନୁହେଁ ତ ହରିଆ ଅଳପ ପାଜି

ଭାବିଲା ନିଶ୍ଚୟ ଚାଖିବି ଆଜି।

ସେଦିନ ରାତିରେ ସଭିଏଁ ଖାଇ

ବିଛଣାରେ ଯେବେ ପଡିଲେ ଯାଇ

ଘାଲେଇଲା ହରି ବାପାଙ୍କୁ ପାଶେ

ସହଜେ କି ନିଦ ଆଖିକୁ ଆସେ?

ଘୁଙ୍ଗୁଡି ଶବ୍ଦ ଶୁଣି ହରିଆ

ମନେ ମନେ ବହେ ମାରିଲା ଡିଆଁ।

ପିତା ରସ ଯଦି ଭିତରେ ଥିବ

ଚାଖିଦେଲେ ବଲେ ଜଣା ତ ଯିବ।

ବାପାଙ୍କର କାଣୀ ଆଙ୍ଗୁଠି ଧରି

ଚୋବେଇବା ଜୋର୍ ରେ ଦାନ୍ତରେ ହରି

ନିଦୁ ଉଠି ବାପା ହାଉଲିଖାଇ

ମରିଗଲି ବେଗେ ଆସ ହେ ଧାଇଁ

ମିତାବୋଉ ବେଗେ ଡିବିରି ଜାଳି

ସାପ କାମୁଡ଼ାରେ ହେବ ମୋ କାଲ।

ଜେଜେମା ବାହୂନି ଉଠିଲା କାନ୍ଦି

ଗୁଣିଆ ପାଇଁକି ଧାଇଁଲେ ଦାଦୀ

ବଡବାପା ଗଲେ ବଇଦ ପାଇଁ

ଗଦ ଶୁଙ୍ଘେଇଲେ ମଝିଆ ଭାଇ।

ଲଣ୍ଠନ ଧରି ସାଆନ୍ତ ବାପ

ଦାଣ୍ଡକୁ ବାରି ଯାଏ ଖୋଜିଲେ ସାପ।

ସାଇ ସାରା ଗୋଲ ଭୂତ ଡାଆଣୀ

ହରିଆର ତେଣେ ପିଲେହୀ ପାଣି ।

ଗୁଣିଆ ପହଞ୍ଚି ଦେଖିଲା ଆଗ

ହାତରେ ବସିଚି ଦାନ୍ତର ଦାଗ।

ଝାଡିଦେଲା ପଢି ମନ୍ତ୍ର ଗୁଣି

ବୈଦ ମହାରାଜ ଆସିଲେ ପୁଣି

ପରଖିବା ପାଇଁ ଧରି ସେ ହାତ

କହିଲେ ଏ ନୁହେଁ ସର୍ ପଦାଘାତ ।

ଏପାଖ ସେପାଖ ଦେଖୁଛି ଯାହା।

ମଣିଷର ଦାନ୍ତ କାମୁଡା ଏହା ।

କିଏ ତେବେ ହାତ କାମୁଡି ଦେଲା?

ହାଁ ପାଟି ହରି କରିଲା ମେଲା।

ଘଟଣାଟି ଭେଇ ଘୁରୁଛି ମଥା

କୋହ ଚାପି ଶେଷେ କହିଲା କଥା।

ବାପାଙ୍କୁ କୁଆଡେ କହନ୍ତି ପିତା

କହିଥିଲା ଆଜି ନାନୀ ମୋ ମିତା

ସାବାସରେ ପୁଅ ବାହାରେ ବାହାଃ

ହସିଲେ ସଭିଏଁ ହୋ ହୋ ହାଃ ହାଃ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy