Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

4  

Kalandi pal

Inspirational

ହରି ହର ଭେଟ

ହରି ହର ଭେଟ

1 min
5



ଘେନି ଥାଟ ପଟ ହରି ହର ଭେଟ

ହୁଅନ୍ତି ପଶ୍ଚିମା  ଶମ୍ଭୁ

ଥାନା ପତି ସେତ ନାମ ସୋମନାଥ ଶହେ ଆଠ ଦୋଳେ ପ୍ରଭୁ ।


ବିଜେ ହରି ହର ହରିରାଜ ପୁର

ନାମର ତାପ୍ତର୍ଯ୍ୟ ଏହି

ଖୋର୍ଦ୍ଧା ଗଡ ବକ୍ଷେ ଇତିହାସ ଲେଖେ

ଆମ ସଂସ୍କୃତିକୁ ନେଇ ।


ଫଗୁଣେ ଫଗୁର ପସରା ଆସର

ପଞ୍ଚୁ ଦୋଳରେ ମିଳନ

ଆସୁଥାନ୍ତି ଦୋଳେ ମହା ଆଡ଼ମ୍ବରେ

ଫୁଟେ କେତେ ରଙ୍ଗେ ବାଣ ।


ଆକାଶଟା ସାରା ସଜ୍ଜା ହୁଏ ପରା

କୃତ୍ରିମ ନକ୍ଷତ୍ର ତାରା

ଗଛ ବାଣ ସାଥେ ବଡ କାଠ ଚକ୍ରି

ଦିଶେ ଚତୁର୍ଦ୍ଦିଗେ ତୋରା ।


ନାଚୁ ଥାଏ ଘୋଡ଼ା ନାଚେ ବୁଢୀ ବୁଢ଼ା

ବୃଷଭ ମୁଣ୍ଡ ହଲେଇ

ଘଣ୍ଟ ତାଳେ ତାଳେ ରଙ୍ଗ ଅବିରରେ

ଦୁଲୁକି ପଡ଼ଇ ମହି ।


ହଜାର ହଜାର ଜନତାଙ୍କ ଭିଡ଼

କାହିଁ ଗଳି କନ୍ଦି କେତେ

ରହିଥାଏ ପୁରି ଏଠି ପୁରୀ ଭଳି

ଦୁନିଆଁର ଚିଜ ଯେତେ ।


ଷୋଳଶହ ସଇଁ ତିରିଶ ମସିହା

ଆରମ୍ଭ ହୁଏ ମେଳଣ

ଗୋବର୍ଦ୍ଧନ ଦାସ ନିତେଇ ସାହୁ ଯେ

ମୁଠି ଚାଉଳ ମାଗିଣ ।


ଅଶି ମୌଜା ଲୋକ ଆସି ଏକତ୍ରିତ

ଅଶି ଏକର ପଡିଆ

ମୁଠି ଚାଉଳର ମେଳଣ ଆସର

ହେଲେଣି କୋଟି ପଣିଆଁ ।


ଅବିରର ଗଦା ଲାଗେ ରଙ୍ଗ ଛିଟା

ଭିନ୍ନ ମଣିଷଟି ପରି

ହଜି ଯାଏ ମନ ଏଠି ପାଞ୍ଚ ଦିନ

ସବୁ ଦୁଃଖ କଷ୍ଟ ଭୁଲି ।


ଭାଇଚାରା ସୃଷ୍ଟି ବଞ୍ଚାଏ ସଂସ୍କୃତି

ଧର୍ମୀୟ ଭାବନା ନେଇ

ନୂଆ ଉନ୍ମାଦନା ଭରି ଦିଏ ସିନା

ଅବିରକୁ ବୋଳି ହୋଇ ।




Rate this content
Log in

Similar oriya poem from Inspirational