STORYMIRROR

Tapan Kumar Swain

Children

4  

Tapan Kumar Swain

Children

ହୃଦୟ

ହୃଦୟ

1 min
222

ହୃଦୟରୁ ମୋର ଝରିଗଲେ ଲହୁ

ବାଧେନି ଦେହକୁ ଯେତେ

ତୋ ପାଦରେ ଥରେ କଣ୍ଟା ଫୁଟିଗଲେ

ମୋ ଛାତିକୁ ବାଧେ ସେତେ ।


ତୁ ଗୋଟେ କଅଁଳ ନିରିମାଖୀ ଫୁଲ

ମୁଁ ତୋଅର ବୁଢା ମାଳି

ତୋ ଆଖିରେ ଧାରେ ଲୁହ ଦେଖି ଦେଲେ

ଦିନ ରାତି ହୁଏ ଭାଳି

ତୋ'ପାଇଁ କି ମୋର ସାରା ଜୀବନଟା

ଭାବନା ରାଇଜେ ବିତେ ।(୧)

ତୋ ପାଦରେ.....................


ତୁ ଚାଲିଯିବୁ ଶାଶୂଘର ଯେବେ

ଅଗଣା ପଡିବ ଖାଲି

ତୋ'ସ୍ମୃତିକୁ ମନେ ଭାଳି ଭାଳି ଏକା

ଖୋଜୁ ଥିବି ବୁଲିବୁଲି

ତୋଭଳି ଝିଅଟେ ଜନମ ଦେଇମୁଁ

ପୂଣ୍ୟ ଅରଜିଛି କେତେ ।(୨)

ତୋ ପାଦରେ.....................



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children