STORYMIRROR

Chittaranjan Lenka

Tragedy

2  

Chittaranjan Lenka

Tragedy

ହୀନିମାନ

ହୀନିମାନ

1 min
13.3K


ଜାଣି ମୁଁ ନ ଥିଲି          ଭଲ ପାଇବାରେ

ଗଭୀରତା ଏତେ ବୋଲି

ତୋତେ ଭଲ ପାଇ           ଅତି ସହଜରେ

କଥାଟାକୁ ବୁଝି ନେଲି


ତୋତେ ଭଲ ପାଇ           ସଭିଙ୍କୁ ପାଇଲି

ଅନ୍ତରରୁ ଢାଳି ପ୍ରେମ

ହେଲେ ସେତେବେଳେ  ଛାଡିଦେଲୁ ମୋତେ

ଅଶାନ୍ତ ରହିଲା ମନ


ତୁ ମୋତେ ଠକିଲୁ            ଦୁନିଆ ଠକିଲା

ଏ କି ପ୍ରେମ ପ୍ରତିଦାନ

ତଥାପି ବଞ୍ଚୁଛି                 ବାକି ଜୀବନଟା

ହେବା ପାଇଁ ହୀନିମାନ


ଚିତ୍ତ ରଞ୍ଜନ ଲେଙ୍କା (କଟକ)©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy