STORYMIRROR

Ghanashyam Biswal

Tragedy

4  

Ghanashyam Biswal

Tragedy

ହେଲି ମୁଁ ପରାସ୍ତ

ହେଲି ମୁଁ ପରାସ୍ତ

1 min
371

ହେଲି ମୁଁ ପରାସ୍ତ

ଭଲପାଇ

ନିଜର ଖୁସିକୁ ତୁମ ଆଖିରେ ହଜେଇ ଦେଇ

ମନକୁ ତୁମ ପ୍ରେମରେ

ବନ୍ଧା ପକେଇ

ହେଲି ମୁଁ ଅସହାୟ

ନିଜକୁ ପାସୋରି

ଲକ୍ଷ୍ୟହୀନ ହେଲି ତୁମକୁ ସୁନା ସପନ ଭାବି

ବେସାହାରା ହେଲି

ତୁମ ମୁରୁକି ହସରେ

ନିଜର ହସକୁ ଫାଶୀ ପକେଇ

ସାଜିଲି ମୁଁ ବାଟବଣା ପଥିକ

ତୁମ ହାତ ଧରି

ଅଦିନେ ମରିଲା ମୋ ନିରୀହ ଜୀବନ

ଶୂନ୍ୟ ହେଲି

ଅଜାଡ଼ି ଦେଇ ସବୁକିଛି ତୁମ ହାତରେ

ସାଜିଲି ଜିଅନ୍ତା ଶବ

ଅଜାଣତେ

ମରି ମରି ଜିଇଁବା ଶିଖିଲି

ତୁମେ ଗଲାପରେ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy