STORYMIRROR

Barsha Swain

Tragedy Inspirational

3  

Barsha Swain

Tragedy Inspirational

ହେଲେ ପାରେନି?

ହେଲେ ପାରେନି?

1 min
130


ଏ ଦୁନିଆ ସ୍ୱାର୍ଥପର 

ଏଠି ସମସ୍ତେ ନିଜ ସୁବିଧା ଦେଖନ୍ତି 

ବଦଳିଯାଆନ୍ତି ଅଳ୍ପ କେଇ ମୁହୂର୍ତ୍ତରେ

 ଭୁଲିଯାଆନ୍ତି ପ୍ରତିଶ୍ରୁତି ସବୁ,

ମୁଁ ବି ବଦଳିବାକୁ ଚେଷ୍ଟା କରେ

ହେଲେ ପାରେନି..... ।

 

ସଭିଏଁ ଆଲୁଅକୁ ପସନ୍ଦ କରି

ଆଲୁଅର ସ୍ମୃତିଚାରଣ କରନ୍ତି 

ହେଲେ ମୁଁ ଅନ୍ଧାରକୁ ଖୋଜେ

ସେଇ ମୋର ଏକମାତ୍ର ସାହାରା।


ସଭିଏଁ ଏଠି ନିଜ ନିଜ 

ଖୁସି ଖୋଜିବାରେ ବ୍ଯସ୍ତ 

ଏଇ ବସ୍ତୁବାଦୀ ଦୁନିଆରେ

ହେଲେ ମୁଁ ପସନ୍ଦ କରେ ନିର୍ଜନତାକୁ

ଏକାକୀ ଅନୁଭବ କରିବାକୁ ଚାହେଁ 

ସୁନ୍ଦର ପ୍ରକୃତିକୁ........।


ସେଥିପାଇଁ ହୁଏତ ମୁଁ ଦୁଃଖ ପାଏ

ତଥାପି ଖୋଜେ ତା'ଭିତରେ ସୁଖକୁ

ଅନୁସନ୍ଧାନ କରି ଆବିଷ୍କାର କରେ ମୁଁ 

ଦୁଃଖର କାରଣ ସବୁକୁ

ସେଥିପାଇଁ ବଦଳିବାକୁ ଚାହେଁ 

ହେଲେ ପାରେନି ମୁଁ .......!


Rate this content
Log in

Similar oriya poem from Tragedy