STORYMIRROR

DILIP KUMAR SAHOO

Inspirational

3  

DILIP KUMAR SAHOO

Inspirational

ହେ ସୂର୍ଯ୍ୟ

ହେ ସୂର୍ଯ୍ୟ

1 min
11.7K


   ସୂର୍ଯ୍ୟ ହେ ସୂର୍ଯ୍ୟ

   ହେ ଆଦିତ୍ୟ ଅ°ଶୁମାନ

   ଦିବାକର ହେ ତପନ 

   ଶକଳ ଶକ୍ତି ଆଧାର 

   ଘେନ ଆମ ନମସ୍କାର

   ଅର୍କ ଅରୁଣ ଭାନୁ ଭାଷ୍କର

   ଦିନମଣି ଧର୍ମଧ୍ବଜ

   ସୂର୍ଯ୍ୟ ହେ ସୂର୍ଯ୍ୟ ...

   ତୁମ ଆଗମନେ ପୂରୁବ ଆକାଶୁ

   ଅରୁଣିମା ପଡେ ଝରି

   ତମସା ତୀମିର ଅମା ଅନ୍ଧକାର

   ସବୁଯାଏ ଅପସରି

   ଅଶାନ୍ତ ପ୍ରାଣକୁ କର ପ୍ରାଣବନ୍ତ

   ଭରିଦେଇ ବଳବୀର୍ଯ୍ୟ

   ସୂର୍ଯ୍ୟ ହେ ସୂର୍ଯ୍ୟ...

  ତୁମେତ ପ୍ରଳୟ ତୁମେତ ମଳୟ

  ତୁମେତ ଅନଳ ଶିଖା

  ତୁମେତ ପବନ ତୁମେତ ଜୀବନ

  ବିଜୟ ଚନ୍ଦନ ଟିକା

  ଦେଖାଇଛ ତୁମେ ଚାଲିବାକୁ ପଥ

  ଶିଖାଇଛ ତୁମେ ଧୈର୍ଯ୍ୟ

  ସୂର୍ଯ୍ୟ ହେ ସୂର୍ଯ୍ୟ ...

  ତୁମଲାଗି ଭାଷେ ଆକାଶେ ବଉଦ

  ତୁମଲାଗି ଜହ୍ନ ହସେ

  ତୁମଲାଗି ବସେ ରଙ୍ଗର ରୋଷଣୀ

  ତୁମଲାଗି ଫୁଲ ବାସେ

  କାଳର କରାଳ ତୁମେ ଆଦିମୂଳ

  ତୁମେ ପ୍ରଭୁ ଅଗ୍ରପୂଜ୍ୟ

  ସୂର୍ଯ୍ୟ ହେ ସୂର୍ଯ୍ୟ...

  ନର ପଶୁ ପକ୍ଷୀ କୀଟ ତରୁ ଲତା

  ତୁମବିନା ସବୁ ଜଡ

  ଭଙ୍ଗାଗଢା ଏହି ଦୁନିଆକୁ ନିତି

  ନୂଆକରି ତୁମେ ଗଢ

  ତୁମରି ଆଶିଷେ ସୁନ୍ଦର ଏ ଧରା

  ଫଳବତୀ ସବୁ କାର୍ଯ୍ୟ

  ସୂର୍ଯ୍ୟ ହେ ସୂର୍ଯ୍ୟ


இந்த உள்ளடக்கத்தை மதிப்பிடவும்
உள்நுழை

Similar oriya poem from Inspirational