STORYMIRROR

Pankajini Upadhaya

Inspirational

3  

Pankajini Upadhaya

Inspirational

ହେ ପ୍ରକୃତି ବନ୍ଧୁ

ହେ ପ୍ରକୃତି ବନ୍ଧୁ

1 min
13.3K


ହେ ପ୍ରକୃତି ବନ୍ଧୁ

//////////////////

ପଙ୍କଜିନୀ ଉପାଧ୍ଯାୟ।

'/////////////'

ସାଧନ ପାଇଁ ହିତ ସମାଜର

ମାନବ ଜନମ ସାର

ଭୋଗବାଦୀ ହୋଇ ହିତ ଭୁଲିଯାଇ

ବିନାଶ କରେ ନିଜର।

ସାମୟିକ ସୁଖ ପାଇଁ କି ମାନବ

ପ୍ରକୃତି କରେ ବିନାଶ

ନରକର ଦ୍ବାର ଖୋଲି ଦେଇଥାଏ

ଭବିଷ୍ୟତ ହୁଏ ଧ୍ବଂସ।

ଦୁଲ୍ଲଭ ଜନମ ମାନବ ଜୀବନ

ସଭିଏଁ ଜାଣନ୍ତି ସତ

ସବୁ ଜାଣି ସୁଦ୍ଧା ଭୁଲି ଠିକ୍ କଥା

କରଇ କୁଠାରାଘାତ।

ଗଛ ତ ଜୀବନ ସବୁ ଜୀବଙ୍କର

ଗଛ ବିନା ନାହିଁ ଗତି

ଗଛ ଲଗାଇବା ପ୍ରକୃତି ପୂଜିବା

ନ ରଖିବା ମନେ ଭୀତି।

ଚେର ଡାଳ ପତ୍ର ଫୁଲ ଫଳ ସବୁ

ଦରକାରୀ ଅଟେ ଅତି

କାଟିବାନି ଗଛ କରିବା ଯତନ

ଗଛ ଲଗାଇବା ନିତି।


Rate this content
Log in

Similar oriya poem from Inspirational