ହେ ପ୍ରଭୁ
ହେ ପ୍ରଭୁ
ଶ୍ରୀକ୍ଷେତ୍ରରେ ବିରାଜିତ ଶ୍ରୀଜଗନ୍ନାଥ
ସେ ଲୀଳାମୟ, ଭାବର ପରମସତ୍ୟ
ଭାବର ସର୍ବୋଚ୍ଚ ଶକ୍ତି ସେ
ନୀଳକନ୍ଦରାନ୍ଦ ପୁରୁଷୋତ୍ତମ
ଶ୍ରୀଜଗନ୍ନାଥ ଅଖିଳ
ବିଶ୍ୱବ୍ରହ୍ମାଣ୍ଡର ସର୍ବଜନ୍ୟ ବନ୍ଦ
ନୀଳାଦ୍ରୀପତି ନୀଳମାଧବ ଭକ୍ତର ପ୍ରାଣବନ୍ଧୁ,
ଭକ୍ତର ଦାସାନୁଦାସ
ପ୍ରଭୁଙ୍କ ପାଇଁ ଭାବ ହିଁ ପ୍ରସାଦ,
ଯେ ଭାବରେ ଭକ୍ତି କରେ
ସେ ପାଲଟିଯାଏ ଜଣେ ପ୍ରକୃତ ଭକ୍ତ
ଭଗବାନ କେବଳ ଭାବକୁ ନିକଟ,
ଭାବ ଭକ୍ତି ରସ ପାଇଁ ଭଗବାନ ତୃଷାର୍ତ୍ତ
ସେଇ ପରମ ସତ୍ୟ ପରମପୁରୁଷ
କାଳିଆ ଠାକୁର ବ୍ରହ୍ମମୟ ସ୍ୱରୂପ,
ଚକାନୟକୁ ନିମିଷକେ ଭକ୍ତି,
ଭାବରେ ଚାହିଁଦେଲେ ଆତ୍ମା,
ପରମ ଅନୁଭବ କରେ
ଭାବରେ ଭଗବାନକୁ
ଡାକିଲେ ଭଗବାନ ସକଳ,
ଦୁଃଖ, କ୍ଲେଶ, ଯନ୍ତ୍ରଣା
ପୀଡ଼ାକୁ ଦୂରୀଭୂତ କରେ
ପରିତ୍ରାଣ ପାଇଁ ଭଗବାନଙ୍କୁ
ମନାଇବାର ଏକ ମାତ୍ର ଉପାୟ ଭାବରେ
ଭାବାବିଭୂତ ହେବା ।
