STORYMIRROR

Bikesh Sahu

Inspirational Others

0  

Bikesh Sahu

Inspirational Others

ହେ ନବ ତରୁଣ !

ହେ ନବ ତରୁଣ !

1 min
616


ହେ ନବ ତରୁଣ ! କିମ୍ପାଇ ମଉନ

ଥରୁ ହେ ଶୋଷକ ଛାତି

ନିଦ୍ରାକର ଦୂର ହୁଅ ଏକାକାର

ପାହୁ ସମତାର ରାତି ।।୧।।

ଉଠୁ ନବ ରବି ଶୁଭୁ ତବ ରଡି

ଅନ୍ଧାର ଯାଉ ଅହରି

ଲୁହ ଯାଉ ଲୁଚି ହସ ଉଠୁ ଫୁଟି

ଫେରୁ ସତ୍ୟ ପ୍ରେମ ଶାନ୍ତି ।।୨।।

ଅହିଂସା ଆଚରି ସତ୍ୟକୁ ଆଦରି

ବୁଣରେ ବିଦ୍ରୋହ ମଞ୍ଜି

ଦୁଃଖ ଯାଉ ଚାଲି ସୁଖ ଆସୁ ଫେରି

ସମାଜରେ ଆସୁ କ୍ରାନ୍ତି ।।୩।।

ହସୁ ଧରା ଧାମ ବାସୁ ମହମହ

ସୁବାସ ଯାଉରେ ଖେଲି

ନାନା ରଙ୍ଗ ଶୋଭା ଅଙ୍ଗେ ହେଉ ଆଭା

ଦିଶୁରେ ସରଗ ସରି ।।୪।।

ସାଜ ତୁମେ ରାମ ମରୁ ହେ ରାବଣ

ସୀତା ହେଉ ହେ ଉଦ୍ଧାର

ସତ୍ୟ ଧର୍ମ ପାଳି ଯଶ ଯାଅ ରଖି

ଫେରି ଆସୁ ରାମ ରାଜ୍ୟ ।।୫।।

ମରୁ କଂସାସୁର ଭୟ ହେଉ ଦୂର

ଛିଣ୍ଡୁରେ ମହାଭାରତ

ଅନ୍ୟାୟର ହେଉ ମୂଳୋତ୍ପାଟନ

ସତ୍ୟର ହେଉ ଜୟ ।।୬।।

ସାଜରେ ନରେନ୍ଦ୍ର ଯୋଗେ ହୁଅ ସିଦ୍ଧ

ବାଣ୍ଟି ଦିଅ ଜ୍ଞାନ ଗଦ

ଏ ମାଟି ଚେତନା ଧର୍ମ ସଦଭାବନା

ବିଶ୍ଵରେ ହେଉ ପ୍ରଚାର ।।୭।।

ଜାଲ ଜ୍ଞାନ ବତୀ ମେଣ୍ଟୁରେ ଅନୀତି

ଅଜ୍ଞାନତା ହେଉ ଦୂର

ସତ୍ୟ ଆଉ ଶାନ୍ତି ଦୟା କ୍ଷମା ଆଦି

ଚତୁଃବର୍ଗ ସାଜୁ ମୂଳ ।।୮।।

ଧର ତରବାର ଶୁଭୁ ତବ ସ୍ୱର

ମରୁ ଆଜି ଅତ୍ୟାଚାରୀ

ହସୁରେ ଗରିବ ଭୋକ ହେଉ ଦୂର

ସମାନତା ଆସୁ ଫେରି ।।୯।।

ଦୀପ ଶିଖା ଜାଳି ଅନ୍ଧାର ଦୁରେଇ

ଦିଅ ହେ ନବ ଆଲୋକ

କୋଟି ପ୍ରାଣେ ଜାଳି ଜ୍ଞାନର ଦୀପାଳି

ଅନ୍ଧାରକୁ କର ଦୂର ।।୧୦।।

ଜାତି ଧର୍ମ ଭୁଲି ସାଧରେ ଉନ୍ନତି

ଏକତାକୁ କରି ମୂଳ

ଦେଖାଅ ଯୁ ଶକ୍ତି ଆହେ ଯୁବ ଗୋଷ୍ଠୀ

ଗଢ ରେ ସ୍ୱର୍ଣ୍ଣ ଭାରତ ।।୧୧।।

ଛୋଟ ପାଇଁ ସ୍ନେହ ବଡ଼କୁ ସମ୍ମାନ

ହୃଦୟରେ ହେଉ ଜାତ

ଧର ସତ୍ୟ ପଥ ତେଜରେ ଆଳସ୍ୟ

ହସି ଉଠୁ ଏ ଭାରତ ।।୧୨

@ବିକେଶ ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational