STORYMIRROR

Kabiratna Nutan Kumar Behera

Drama Classics Inspirational

3  

Kabiratna Nutan Kumar Behera

Drama Classics Inspirational

ହେ ମଣିମା ହେ ମଣିମା

ହେ ମଣିମା ହେ ମଣିମା

1 min
154

ହେ ମଣିମା ହେ ମଣିମା

           ଅପାର ତୁମ ମହିମା

ସଂସାରେ ଭରି ସୁଷମା

           ରହିଛ ଭୂମିରୁ ଭୂମା,

ବିଶ୍ବ କର ପରିକ୍ରମା

ହେ ମଣିମା ହେ ମଣିମା ।


ଦୁଃଖଭରା ଏ ଦୁନିଆଁ

         ମିଛ ମାୟା ଧୂଳି ଧୂଆଁ

ଲାଗୁଛି ଭାରି ଛାନିଆଁ

         ଡ଼ର ଡ଼ର ଲାଗେ କିଆଁ,

ମନ ହୁଏ ଅମାନିଆଁ

ଖୋଜେ ମୁଁ ତୁମ ଛୁଆଁ ।


ଶୁଭ ଦୃଷ୍ଟି ଦିଅ ପ୍ରଭୁ

        କିଛି ମାଗେ ନାହିଁ ଆଉ

ହେ ମଣିମା ମହାବାହୁ

         ତୁମେ ନାଥ ପଥ ବିଭୁ,

ତୁମେ ଧର୍ମ କର୍ମ ସବୁ

ପାଦେ ତୁମ ଲୟ ଥାଉ ।


ଦୂର କର ନାହିଁ ଜମା

         ଦୂରେଇ ଦିଅ ଏ ଅମା

ଦୋଷ ମୋର କର କ୍ଷମା

        ମୋ ଜୀବନ ପରିସୀମା,

ତୁମ ହାତେ ହେ ମଣିମା

ହେ ମଣିମା ହେ ମଣିମା


Rate this content
Log in

Similar oriya poem from Drama