STORYMIRROR

Manorama Mohanty

Abstract

2  

Manorama Mohanty

Abstract

ହେ ମହାମାନଵୀ

ହେ ମହାମାନଵୀ

1 min
161

ମାଟି ଦେହ ତୁମ ଗ୍ରାସିଛି ଶ୍ମଶାନ 

ମାତ୍ର ଯଶୋଦେହେ ତୁମେ ଆୟୁଷ୍ମାନ


କେତେଯାଉଛନ୍ତି କେତେ ଆସୁଛନ୍ତି 

   ହିସାବ ରଖିଛି କିଏ

ସଂଗ୍ରାମ ଚଳାଇ  ଜିତାପଟ ନେଲେ 

   ଜନନାୟିକା ଯେ ସିଏ

କାହାପାଇଁ କିଏ  ଝୁରିହେଉଅଛି 

   ତୁମ ପାଇଁ କାନ୍ଦେ ପ୍ରାଣ

ଏବେ ବି ଝଙ୍କୃତ  ସବୁରି ହୃଦୟେ 

     ତୁମ ଓଜସ୍ବି ଭାଷଣ

ଦେଶ ହିତ ପାଇଁ  ହୋଇଥିଲ ବ୍ରତୀ 

     ସାଜି ନାରୀ ନାରାୟଣୀ

ଧରାପୃଷ୍ଠେ ଜନ୍ମି   ମାନବ ରୂପରେ 

      ଆଜି କର୍ମବଳେ ଦେଵୀ

ମାଟି ଦେହ ତୁମ  ମାଟିରେ ମିଶିଲା 

       ତୁମେହିଁ ତ ଅବିନଶ୍ଵର

ତୁମ କାର୍ଯ୍ୟଧାରା  ଅପୂର୍ଣ୍ଣ ରହିଲା 

       ଦେଶ ତ ଝୁରିବ ଯୁଗାନ୍ତର

ସେପୁରେ ଶାନ୍ତିରେ  ରୁହ ସୁଷମାଜୀ 

      ଆତ୍ମା ଲଭୁ ସଦଗତି

ଶଙ୍ଖା ସିନ୍ଦୁର କୁ   ସାଥେନେଇଗଲ

     ତୁମେ ତ ସୌଭାଗ୍ୟବତୀ

ତୁମେ ନାରୀଶ୍ରେଷ୍ଠା  ସୁଗୁଣସମ୍ପର୍ଣ୍ଣ 

     ସୌନ୍ଦର୍ଯ୍ୟର ଶତରୂପା

କରିତକର୍ମା ଗୋ  ତୁମ ବର୍ଣ୍ଣିଳ ଆଭାର

     ଲିଭିଗଲା ଦୀପଶିଖା


ଶୋଇ ଗଲା ଐରାବତ 

        ହିମାଳୟ ପରବତ 

ଶୁଖିଗଲା ଶେଷେ ତାର 

       ଶାଶ୍ୱତ ଝରଣ

ଯାଇଛି ଅମର ଧାମେ 

      କୁହାସିନା ମୃତ୍ୟୁ ନାମେ 

ବାହୁଡା଼ବିଜୟ ତାର 

      ନୁହଁଇ ମରଣ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract