ହେ ମହାମାନଵୀ
ହେ ମହାମାନଵୀ
ମାଟି ଦେହ ତୁମ ଗ୍ରାସିଛି ଶ୍ମଶାନ
ମାତ୍ର ଯଶୋଦେହେ ତୁମେ ଆୟୁଷ୍ମାନ
କେତେଯାଉଛନ୍ତି କେତେ ଆସୁଛନ୍ତି
ହିସାବ ରଖିଛି କିଏ
ସଂଗ୍ରାମ ଚଳାଇ ଜିତାପଟ ନେଲେ
ଜନନାୟିକା ଯେ ସିଏ
କାହାପାଇଁ କିଏ ଝୁରିହେଉଅଛି
ତୁମ ପାଇଁ କାନ୍ଦେ ପ୍ରାଣ
ଏବେ ବି ଝଙ୍କୃତ ସବୁରି ହୃଦୟେ
ତୁମ ଓଜସ୍ବି ଭାଷଣ
ଦେଶ ହିତ ପାଇଁ ହୋଇଥିଲ ବ୍ରତୀ
ସାଜି ନାରୀ ନାରାୟଣୀ
ଧରାପୃଷ୍ଠେ ଜନ୍ମି ମାନବ ରୂପରେ
ଆଜି କର୍ମବଳେ ଦେଵୀ
ମାଟି ଦେହ ତୁମ ମାଟିରେ ମିଶିଲା
ତୁମେହିଁ ତ ଅବିନଶ୍ଵର
ତୁମ କାର୍ଯ୍ୟଧାରା ଅପୂର୍ଣ୍ଣ ରହିଲା
ଦେଶ ତ ଝୁରିବ ଯୁଗାନ୍ତର
ସେପୁରେ ଶାନ୍ତିରେ ରୁହ ସୁଷମାଜୀ
ଆତ୍ମା ଲଭୁ ସଦଗତି
ଶଙ୍ଖା ସିନ୍ଦୁର କୁ ସାଥେନେଇଗଲ
ତୁମେ ତ ସୌଭାଗ୍ୟବତୀ
ତୁମେ ନାରୀଶ୍ରେଷ୍ଠା ସୁଗୁଣସମ୍ପର୍ଣ୍ଣ
ସୌନ୍ଦର୍ଯ୍ୟର ଶତରୂପା
କରିତକର୍ମା ଗୋ ତୁମ ବର୍ଣ୍ଣିଳ ଆଭାର
ଲିଭିଗଲା ଦୀପଶିଖା
ଶୋଇ ଗଲା ଐରାବତ
ହିମାଳୟ ପରବତ
ଶୁଖିଗଲା ଶେଷେ ତାର
ଶାଶ୍ୱତ ଝରଣ
ଯାଇଛି ଅମର ଧାମେ
କୁହାସିନା ମୃତ୍ୟୁ ନାମେ
ବାହୁଡା଼ବିଜୟ ତାର
ନୁହଁଇ ମରଣ