ହେ ମହାବାହୁ ଏହି ଭାବ ଆମ ଲାଗିଥାଉ
ହେ ମହାବାହୁ ଏହି ଭାବ ଆମ ଲାଗିଥାଉ
ତୁମ ଶ୍ରୀକଳା ଶ୍ରୀମୁଖ ଚାଂହୁ ଚାଂହୁ ,
ସକାଳ ସୁରୁଜ ମୋ ଉଦୟ ମାନ ହୋଉଥାଉ ,
ହେ ଜଗନ୍ନାଥ ତୁମରି ନାମ ଧରିଲା ପରେ ମୋ ପାଦ ଧରଣୀ ମା ଉପରେ ପଡୁଥାଉ ,
ତୁମକୁ ନପାଇଁ ଆଖି ମୁଁ ଖୋଲେ ଏମିତି ଦିନ ମୋର ହେ କେବେ ନ ଆସୁଥାଉ । ୧
ଏ ଜଡ଼ ଶରୀରରେ ତୁମେ ଯେ ସଂଜୀବନି ,
ଏତିକି କୃପା ତୁମରି ସେବା କେବେ ଯେମିତି ଭୁଲିବିନି ,
ତୁମରି ଅବକାଶ ନୀତି ଠୁ ସଜବାଜ କଥା କେବେ ମନୁ ଭୁଲିବିନି ,
ତୁମ ଆଳତୀ ବିନା ଦିନ କେବେ ଭଲ ଯିବ ତାହା କେବେ ମୁଁ ଜାଣିନି । ୨
ତୁମରି କୈବଲ୍ୟ ନିର୍ମାଲ୍ୟ ତୁଳସୀ ପ୍ରଥମେ ପାଇବା ବିନା ଏ ଜୀବନରେ ,
ଜଳ ଯେଭଳି ନଯାଉ ପିଣ୍ଡକୁ ଏତିକି କରୁଣା ଥାଉ ମୋ ଉପରେ ,
ତୁମରି ପୂଜା ବେଶ ସଜବାଜ ନୀତିରେ ,
ଏମିତି ଆନନ୍ଦ ମିଳୁଥାଉ ଏ ଅଲୋଡା ଜୀବନରେ । ୩
ଏମିତି ବିରାଜିତ ହୋଇଥାଅ ମୋ ଘର ମୁରବି ରୂପରେ ,
ଦୃଶ୍ୟ ଅଦୃଶ୍ୟ ରୂପେ ଠିଆ ହୋଉଥାଅ ଏମିତି ମୁରବି ରୂପେ ସଦସ୍ୟର କଷ୍ଟରେ ,
ଏମିତି ତୁମ ଭାଗ ବସୁଥାଉ ପ୍ରତ୍ୟେକ ମୋର ପର୍ବ ହାନିଲାଭରେ ,
ହେ ମହାବାହୁ ଏମିତି ତୁମ ମୋ ଭାବ ଲାଗିଥାଉ । ୪
ତୁମକୁ ଦେଖିଲେ ନିରୋଳାରେ ହେ ମହାବାହୁ ! ,
ମୋ ପ୍ରଶ୍ନ ଉତ୍ତର ଦେଇ ଈଶାରାରେ ଆମର ଏମିତି କଥା ବାର୍ତା ଚାଲିଥାଉ ,
ହେ ପତିତପାବନ ଭାବର ବନ୍ଧୁ ଏମିତି ଆମ ଭାବ ଲାଗିଥାଉ ,
କିଛି ଲୋଡ଼ା ନାହିଁ ହେ ତୁମ ପାଇଁ ସଦା ହାତ ଯୋଡିକ ଉଠିଯାଇ ମୋ ଆଖିରୁ ଲୁହ ଗଡୁଥାଉ । ୫
