STORYMIRROR

Ghanashyam Biswal

Tragedy Others

3  

Ghanashyam Biswal

Tragedy Others

ହେ ଜୀବନ

ହେ ଜୀବନ

1 min
273

ହେ ଜୀବନ !

ଜାଣିନ କି ତୁମେ

କେମିତି ଆସିଥିଲ ଏ ଧରାଧାମକୁ

ଲଙ୍ଗଳା ହୋଇ

ପୁଙ୍ଗୁଳା ହୋଇ

ଦେହରେ ନ ଥିଲା କନା

କି

ଏତେ ସବୁ ନିଆରା ଭାବନା

କୋଉଠୁ ପାଇଲ ପୁଣି

ଏତେ ସବୁ କ୍ଷଣସ୍ଥାୟୀ ପରିଚୟ?

ଆଉ

ବେକାର ଅଵିଵେକୀ ମନୋଭାବ

ପର ହିଂସାରେ ଜଳିବା

ନୁହଁ ତୁମ ଅଧିକାର କି କର୍ତ୍ତବ୍ୟ

ଛୋଟ ଜାତି କି ବଡ଼ ଜାତି ବୋଲି କିଛି ଵି ନାହିଁ

ଏସବୁ ତ ତୁମର ଫାଲତୁ ମାନସିକତା

ତୁମର ଖାଲି ଗୋଟିଏ ଜାତି

ମଣିଷଜାତି

ଧର୍ମ ନାଆଁରେ ପୁଣି

ଅନେକ ଶୋଷଣ, ଆଉ ଅତ୍ୟାଚାର

ଜାଣିନ କି

ତୁମର ଧର୍ମ କଣ?

ପାରୁଛ ଯଦି

ବାଣ୍ଟ ସ୍ନେହ ଓ ଭଲପାଇବାର ଧର୍ମର କଥା

ସଭିଙ୍କୁ କର ନିଜର

କହି ମିଠା ମିଠା କଥା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy