STORYMIRROR

Ghanashyam Biswal

Tragedy Others

3  

Ghanashyam Biswal

Tragedy Others

ହେ ଜୀବନ

ହେ ଜୀବନ

1 min
267

ହେ ଜୀବନ !

ଜାଣିନ କି ତୁମେ

କେମିତି ଆସିଥିଲ ଏ ଧରାଧାମକୁ

ଲଙ୍ଗଳା ହୋଇ

ପୁଙ୍ଗୁଳା ହୋଇ

ଦେହରେ ନ ଥିଲା କନା

କି

ଏତେ ସବୁ ନିଆରା ଭାବନା

କୋଉଠୁ ପାଇଲ ପୁଣି

ଏତେ ସବୁ କ୍ଷଣସ୍ଥାୟୀ ପରିଚୟ?

ଆଉ

ବେକାର ଅଵିଵେକୀ ମନୋଭାବ

ପର ହିଂସାରେ ଜଳିବା

ନୁହଁ ତୁମ ଅଧିକାର କି କର୍ତ୍ତବ୍ୟ

ଛୋଟ ଜାତି କି ବଡ଼ ଜାତି ବୋଲି କିଛି ଵି ନାହିଁ

ଏସବୁ ତ ତୁମର ଫାଲତୁ ମାନସିକତା

ତୁମର ଖାଲି ଗୋଟିଏ ଜାତି

ମଣିଷଜାତି

ଧର୍ମ ନାଆଁରେ ପୁଣି

ଅନେକ ଶୋଷଣ, ଆଉ ଅତ୍ୟାଚାର

ଜାଣିନ କି

ତୁମର ଧର୍ମ କଣ?

ପାରୁଛ ଯଦି

ବାଣ୍ଟ ସ୍ନେହ ଓ ଭଲପାଇବାର ଧର୍ମର କଥା

ସଭିଙ୍କୁ କର ନିଜର

କହି ମିଠା ମିଠା କଥା l


Rate this content
Log in

Similar oriya poem from Tragedy