Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Classics Inspirational Others

4  

Sunanda Mohanty

Classics Inspirational Others

ହେ ଇଶ୍ୱର ତୁମେ ମଙ୍ଗଳମୟ

ହେ ଇଶ୍ୱର ତୁମେ ମଙ୍ଗଳମୟ

1 min
216



ସୃଷ୍ଟି ର ଆଳୟେ 

ଈଶ୍ୱର ତୁମେ ମଙ୍ଗଳମୟ 

ଗଛର ପତ୍ରରେ 

ଫୁଲ ଓ ଫଳରେ 

ତୁମ ସୃଷ୍ଟି ବୈଚିତ୍ରମୟ 

ଈଶ୍ୱର ତୁମେ ମଙ୍ଗଳମୟ ।

ଶିଶୁର ହସରେ 

ପଶୁର ଆଖିରେ 

ନିରୀହ ଭାବମୟ 

ଈଶ୍ୱର ତୁମେ ମଙ୍ଗଳମୟ ।

ମାଆ ମମତାରେ 

ପିତାଙ୍କ ଦାୟିତ୍ୱରେ 

ସ୍ନେହ କର୍ତ୍ତବ୍ୟ ସ୍ବର୍ଗୀୟ 

ଈଶ୍ୱର ତୁମେ ମଙ୍ଗଳମୟ ।

ଯୋଗର ଶକ୍ତିରେ 

ଓଁମ ର ମନ୍ତ୍ରରେ 

ନିଶ୍ୱାସ ଓ ବିଶ୍ୱାସ ପରିମେୟ 

ଈଶ୍ୱର ତୁମେ ମଙ୍ଗଳମୟ ।

ଧୂପରେ ଦୀପରେ 

ଚନ୍ଦନ ସିନ୍ଦୁରେ 

ମହତ ଉଦ୍ଦେଶ୍ୟ ସାଧନାମୟ 

ଈଶ୍ୱର ତୁମେ ମଙ୍ଗଳମୟ ।

କୃଷକ ଶ୍ରମରେ 

ସୈନିକ ତ୍ୟାଗରେ 

ଶକ୍ତିର ହୁଙ୍କାର ଆଣେ ଜୟ 

ଈଶ୍ୱର ତୁମେ ମଙ୍ଗଳମୟ ।

ରଂଗ ଓ ତୁଳୀରେ 

ନଦୀ ଓ ନୀଡ଼ରେ 

ନାହିଁ କେବେ ପରାଜୟ 

ଈଶ୍ୱର ତୁମେ ମଙ୍ଗଳମୟ ।



Rate this content
Log in

Similar oriya poem from Classics