ହେ ଗୁରୁଦେବ
ହେ ଗୁରୁଦେବ
କୁମ୍ଭାର ହାତ ଛୁଇଁଲେ ପରା ମାଟି ପାଏ ଆକୃତି
ତୁମ ପରଷ ମୋ ଜୀବନ ଅଟଇ ସେମିତି ।
ଅନ୍ଧାର ପଥେ ତୁମେ ଯେ ଅଟ ମୋ ନୟନ ଜ୍ୟୋତି
ଜୀବନ ରଥେ ତୁମେ ହିଁ ମୋ ସୁଦକ୍ଷ ସାରଥୀ ।
ତୁମରି ନାମେ ରହିଛି ପରା ଅପୂର୍ବ ଶକତି
ସେଇ ନାମ କୁ ଭଜି ଭଜି ମୁଁ ପାଇଯିବି ମୁକତି ।
