STORYMIRROR

Shrabanee Mahapatra

Children Stories

3  

Shrabanee Mahapatra

Children Stories

ବରଷା ଆସିଲା

ବରଷା ଆସିଲା

1 min
343


ତଡି ତଡି ଦେଇ ଖରା କୁ 

ବରଷା ଆସିଲା ଧରା କୁ 

ଗଛଲତା ସବୁ ସବୁଜ ରଙ୍ଗରେ 

ସଜେଇଲା ସାରା ଧରା କୁ ।


କାଖରେ କାଖେଇ ଗରା କୁ 

ଝରେଇ ହସ ର ଝରା କୁ 

ଆଈ ବୁଢୀ ଆମ ପାଦ ଚିପି ଚାଲେ 

ସମ୍ଭାଳି ପାଦ ର ଭରା କୁ ।


ସାପ ଭୁଲି ଗଲା ଗାତ କୁ 

ଚାଷୀ ବାହାରିଲା କ୍ଷେତ କୁ 

ମନ ଖୁସି ଲାଗେ ଶୁଣିବା ପାଇଁକି 

ବେଙ୍ଗୁଲି ରାଣୀ ର ଗୀତ କୁ ।


ଦେଖିଲେ ବରଷା ରାଣୀ କୁ 

ବଗୁଲୀ ଦେଖାଏ ଠାଣି କୁ

କୁନା କୁନି ଦୁହେଁ କାଗଜ ଡଙ୍ଗା କୁ 

ଭସେଇ ଦିଅନ୍ତି ପାଣିକୁ ।


Rate this content
Log in