STORYMIRROR

Shrabanee Mahapatra

Inspirational

3  

Shrabanee Mahapatra

Inspirational

ମାଆର ମମତା

ମାଆର ମମତା

1 min
401

ଜନମ ଦେଇଛୁ ରକତ ଦେଇ ମା                  

କୋଳେଇ ଧରିଛୁ ମୋତେ                    

ସେନେହ ମମତା ଅଜାଡି ଦେଇଛୁ       

ମାଆ ତୋ କାନି ପଣତେ ।

 

ପଥ ହୁଡି ଗଲେ ଦେଖାଉ ତୁ ବାଟ 

ଅଲିଅଳି ଶିଶୁ ପ୍ରାୟ 

ଆଶିଷ ତୋହର ଥିଲେ ଶୀରପରେ 

ଲାଗେନି ଡର କି ଭୟ ।


ସପ୍ନ ଜଗତରୁ ବାସ୍ତବ ଆଡ଼କୁ 

ହାତ ଧରି ନେଲୁ ତୁହି 

ମୋ ପଥର ସବୁ ଭ୍ରମ ମରୀଚିକା 

ଏଡାଇ ଦେଲୁ ମାଆ ତୁହି ।


Rate this content
Log in

Similar oriya poem from Inspirational