STORYMIRROR

Pankajini Upadhaya

Inspirational Others

3  

Pankajini Upadhaya

Inspirational Others

ହେ ଦିନନାଥ

ହେ ଦିନନାଥ

1 min
14.3K


କେବେ ହଟିଛି ନଭରୁ ବାଦଲ

କେବେ ଘୋଡାଇଛି ମେଘ

କେବେ ସୂର୍ଯ୍ୟଙ୍କର ତେଜ ଦିଶୁଛି

କେବେ ବରଷାର ରାଗ ।

ଫେଣ୍ଟାଫେଣ୍ଟି ଏହି ମିଠା ପାଗଟା

ଦୁଃଖ ଆନନ୍ଦର ମିଶା

ବେଶି ନାହିଁ ତାପ ନା ବର୍ଷା କୋପ

ମିଳୁଅଛି ନୂଆ ଦିଶା।

ହେ ସଞ୍ଚାର କର୍ତ୍ତା ପ୍ରାଣ ଦେବତା

ସୂର୍ଯ୍ୟ ଦେବ ନମୋ ନମଃ

ହେ ଛାୟା ସ୍ନାତ ତୁମେ କାୟା କାନ୍ତ

ଅସଂଖ୍ୟ ତୁମର ନାମ।

ଦିନନାଥ ତୁମେ ଆଦିତ୍ୟ ନାମେ

ସକଳ ଶକ୍ତି ଆଧାର

ତୁମ ଦିବ୍ୟ ତେଜେ ସୃଷ୍ଟି ସମ୍ଭବ

ତୁମେ ସୃଷ୍ଟି ଏକାଧାର।

ଆଜିର ବାସର ପୂତ ଆସର

କନ୍ୟା ଅମୂଲ୍ୟ ରତ୍ନ

ଆଉ ହଟିବେନି ଆଗେ ବଢିବେ

ଝିଅ ଆମର ସମ୍ମାନ।

ସୃଷ୍ଟିର କାରଣ ସୁସମୀରଣ

ଭବିଷ୍ୟତ ଶୁଭମୟ

କନ୍ୟା ହସିବ ଧନ୍ୟା ହୋଇଯିବ

ଦେଶ ହେବ ବାସମୟ।

ହେ ମିତ୍ରଭାନୁ ଅବସର ନିଅ

ଚନ୍ଦ୍ର ତ ଦେଉନି ଦେଖା

ମେଘ ଘୋଟିଅଛି ଅନ୍ଧାର ଅଛି

ରାସ୍ତାର ବତୀଟି ସଖା।

ସନ୍ଧ୍ୟା ବାସ୍ତବ ନିତିଦିନ ହେବ

ପବିତ୍ର ପରଶ ବେଳା

ଦେବସ୍ଥାନ ଭିଡ ଭକ୍ତ ପ୍ରବଳ

କର୍ମେ ନୁହେଁ ଅବହେଳା।

ଆତ୍ମନିବେଦନ ପୂତ ମନନ

ବିଭୁ ଚରଣ କମଳେ

ଦିଅ ସଦ୍ ଜ୍ଞାନ ହେ ଚକାନୟନ

ପ୍ରତୀଚୀ କାଳର ବେଳେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational