STORYMIRROR

Kabiratna Nutan Kumar Behera

Abstract Action Inspirational

3  

Kabiratna Nutan Kumar Behera

Abstract Action Inspirational

ହେ ଅନନ୍ୟ ବୀର ଭୀଷ୍ମ

ହେ ଅନନ୍ୟ ବୀର ଭୀଷ୍ମ

1 min
183

ହେ ଅନନ୍ୟ ବୀର ପିତାମହ ମହାରଥୀ ଭୀଷ୍ମ 

ରଚି଼ଗଲ ଭାରତେ ଅନନ୍ୟ ଇତିହାସ

ତୁମେ ଭୋଗୀ ନୁହଁ ତ୍ୟାଗି ମହାତ୍ମା ବରପୁତ୍ର

ବଶୀଭୂତ ନ ହୋଇ ଐଶ୍ୱର୍ଯ୍ୟ ପ୍ରାଚୁର୍ଯ୍ୟରେ

ସଦା ପ୍ରଶାନ୍ତ ଅସୀମ ରଖିଲ ତୁମ ଧୈର୍ଯ୍ୟ ସାହସ

ତୁମ ପ୍ରତିଜ୍ଞା ବଜ୍ର ପରି କଠୋର ଅଖଣ୍ଡ

ପିତାଙ୍କ ସୁଖ ଲାଗି ରହିପାର ଆଜନ୍ମ ବ୍ରହ୍ମଚାରୀ

ନ ପିଇ ମଧ୍ୟ ମାତାଙ୍କର ଅମୃତମୟ କ୍ଷୀର

ଶକ୍ତିରେ ଭକ୍ତିରେ ହୋଇ ପାରିଲ ମହାନ

ମହା ବିପଦରୁ ହସ୍ତିନାପୁରକୁ ଥିଲ ରକ୍ଷାକରି

ଆଜି ବି ତୁମ ବ୍ୟକ୍ତିତ୍ଵ ଚରିତ୍ର ଅମ୍ଳାନ

ତୁମେ ନ୍ୟାୟ ନୀତି ଆଦର୍ଶର ଜ୍ଵଳନ୍ତ ପ୍ରମାଣ

ତୁମେ ଆଣିପାର ଚେତନାରେ ଜାଗରଣ

ତୁମେ ମହାଭାରତର ଅଦ୍ବିତୀୟ ବୀର

ଦେବବ୍ରତରୁ ସାଧନା ସିଦ୍ଧିରେ ହେଲ ଭୀଷ୍ମ

ତୁମେ ସିଦ୍ଧ ଯୋଗଜନ୍ମା ମହାପୁରୁଷ 

ବଂଶ ପରମ୍ପରା ଆଭିଜାତ୍ୟ ମର୍ଯ୍ୟାଦାକୁ

ରଖିବା ପାଇଁ ଅକ୍ଷୁର୍ଣ୍ଣ କରି ପାର ଶତ୍ରୁର ବିନାଶ

ନେଇ ବି ଗର୍ବୀ ଅହଂକାରୀ ଦୁର୍ଯ୍ୟୋଧନର ପକ୍ଷ

ପାଣ୍ଡବମାନଙ୍କୁ କରି ନାହିଁ କେବେ ହତାଦର

ଧର୍ମ ଯୁଦ୍ଧ କୁରୁକ୍ଷେତ୍ର ହୋଇ ଅବତୀର୍ଣ୍ଣ

ଧର୍ମ ସଂସ୍ଥାପନ ନିମିତ୍ତ କର୍ତ୍ତବ୍ୟରେ ରହିଲ ସ୍ଥିର

ତୁମେ ଯୁଗେ ଯୁଗେ ଦିଗଦ୍ରଷ୍ଟା ପଥପ୍ରଦର୍ଶକ

ହୋଇଛି ହୋଇ ରହିବ ମାନବ ସଭ୍ୟତାରେ

ତୁମେ ଲଭି ପାର ଅମରତ୍ବ ବରି ପାର ଶରଶଯ୍ୟା

ତୁମେ ଦେବବ୍ରତ ସତ୍ୟବ୍ରତ ଏ ମହୀମଣ୍ଡଳରେ

ଆଶିଷର ଧାରା ବରଷାଇ ଦିଅ ରହି ସୂକ୍ଷ୍ମଲୋକରେ

ଏ ମାନବ ଜାତି ଜାଗ୍ରତ ହୋଇ ଗାଢ଼ ନିଦ୍ରାରୁ

ପ୍ରକାଶ କରନ୍ତୁ ତେଜ ଶକ୍ତି ସାମର୍ଥ୍ୟର ବୀରତ୍ଵ

ପ୍ରତିଟି ସନ୍ତାନର ହୃଦୟରେ ଉଜ୍ଜୀବିତ ହେଉ

ତୁମ ପରି ଶକ୍ତି ଧୈର୍ଯ୍ୟ ସହିଷ୍ଣୁତାର ବଳିଷ୍ଠ ବ୍ୟକ୍ତିତ୍ବ।

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract