ହେ ଆକାଶ ଦେ ଟୋପାଏ ବିଶ୍ୱ।ସ
ହେ ଆକାଶ ଦେ ଟୋପାଏ ବିଶ୍ୱ।ସ
ଵିଶ୍ୱ।ସ ଟିଏ ଖୋଜିଲି,
ଦୁଇ ହାତ ଉପରକୁ ତୋଳି
ଆକାଶ କୁ ମାଗିଲି ଦେ,
ଭରି ଦେ ମୋ ଶୂନ୍ୟ ଝୁଲି ରେ
ଵିଶ୍ୱ।ସ ର ମୁଠାଏ ମାଣିକ
ଟଙ୍କା ଆଉ ଭୋଗ ର
ପ୍ରାଚୁର୍ଯ୍ୟ ଭିତରେ,
ମୁଁ ଯୁଗ ନାରୀ ,
ଲୁହ ରେ---ଲହୁ ରେ
ସମ୍ପର୍କ ର ଅପସୃୟ ମାନ ରଙ୍ଗ ରେ
ପିପାସିତା ଓଠ--ଧାରେ,
ଵିନୀଦ୍ର -ନିଃସଙ୍ଗ ଶଯ୍ୟା ରେ
ଅନାଵୃତା ସ୍ତନାଗ୍ରେ ,
ହେ ଆକାଶ
ଭରି ଦେ ଅଖଣ୍ଡ ଵିଶ୍ୱ।ସ
ଆସ୍ଥା--ପୁରୁଷ ଟି ଏ
ଦେ ଆକାଶ
ନାଵ ଟି ଏ ସଂସାର--ସାଗରେ
ତୋ ସୀମାହୀନ ବିଶାଳ ଵୁକୁ ରୁ
ବିଶ୍ୱ।ସ ରୁ କାଣିଚାଏ ଦେଲେ
ସରିଯିବ--ଘୋରିଯିବ କି ତୋ
ଅସୀମ ପରିଵ୍ୟାପ୍ତ ବୁକୁ
ମୋ--ଲୁହ
ମୋ--କୋହ କୁ,
ଧୋଇ ଦେ ତୋ ପ୍ରେମ ର
ଢୋ-ଢୋ ଶ୍ରାଵଣ ବର୍ଷା ରେ ,
ତୃପ୍ତ-ଶୀତଳ ହେଉ ମୋ
ଅନ୍ତର--ଅନନ୍ତ ଜ୍ୱଳନ
ଭରିଯାଉ ସଙ୍ଗୀତ ଝଙ୍କାର
ମୋ ନିଃସଙ୍ଗ--ଶଯ୍ୟା ପରେ
ନିରୁତା ବିଶ୍ୱ।ସ ଟି ଏ ଲୋଡେ ,
ଜୀଇଁ ବାକୁ ଟୋପାଏ ଜୀବନ ,
କେଉଁ ଆଦି କାଳୁ ,
ହେ ଆକାଶ
ଅବିଶ୍ୱ।ସ ର ପୃଥିବୀ ରେ
ଜୀଇଁବି ବା କେତେ କାଳ,
ଦେ--ଦେ ଭରି ଦେ ,
ମୋ ଜୀଵନ କୁ କରି ଦେ
ଅମୃତ ର
ଅକ୍ଷୟ କଳସ ,
ଦେଖୁନୁ କି
ମୁଁ କେମିତି ଜଳି ମରେ
ନିତି-ନିତି,
ବଞ୍ଚୁଥାଏ ବହି ନିଜ କାନ୍ଧେ
ନିଜ ଶଵ ।
ମୁଁ ନୁହେଁ ଏକ
ରବର କଣ୍ଢେଇ ,
ମୋ ଦେହ ତଳେ ମନ ଟିଏ
ଅଛି ପୁଣି ହୃଦୟ ଟିଏ,
ଚାହେଁନା ମୁଁ
ଛଳନା ର ସୁନା--କଙ୍କଣ
ମାଗେ ଖାଲି ,
ଟୋପାଏ ଵିଶ୍ୱ।ସ
ଦୁଇ ଦିନ ପରେ,
ହୁଏତ କାଲି କୁ,
ଛାଡି ପାରେ ମୁଁ
ମୋ ଶେଷ ନିଶ୍ୱ।ସ
ଵ୍ୟଥିତ--ଆକୁଳ ହୃଦୟ ରେ
ମାଗେ ମୁହିଁ,
ସରି ଯିବା ଆଗରୁ ମୋ ଆୟୁଷ
ଜୀଇଁ ଵାକୁ ଚାହେଁ ଏହି
ମାଟି -ବୈକୁଣ୍ଠ ରେ,
ଅକୁଣ୍ଠ ଚିତ୍ତ ରେ ପିଇ
ଜୀବନ ଜଞ୍ଜାଳ ର ବିଷ,
ଦିଅ -ଦିଅ
ହେ --ଆକାଶ
ବଞ୍ଚିବାକୁ
ଟୋପାଏ ନିରୁତା ଵିଶ୍ୱ।ସ
