STORYMIRROR

Abhiram Mandal

Romance

3  

Abhiram Mandal

Romance

ହାୟରେ ଚୋରା ପ୍ରେମ

ହାୟରେ ଚୋରା ପ୍ରେମ

1 min
246

ଛପି ଛପି ପ୍ରେମ କରୁଥିଲୁ,

ପଡ଼ିଗଲୁ ଆମେ ଧରା

ଏ କାନ ସେ କାନ ହେଇ

କଥା ଖେଳିଗଲା ଗାଁସାରା ।

 

ଇତି ହେଲା ମଧୁର ମିଳନ

ଜଗିଗଲେ କୁଚକ୍ରୀର ଦଳ

ଆଖି ତରାଟି ଚାହିଁଲେ ଆମକୁ

ପଞ୍ଝା ପଞ୍ଝା ହେଇ ମେଳ ।

 

ସେ ବନ୍ଦୀ ହେଲା ତା ଘରେ

ମୋ ପଛେ ଲାଗିଲେ ଗୁପ୍ତଚର

କେଜାଣି କାହିଁକି ଶତ୍ରୁ ହେଲେ

ଯେଉଁମାନେ ଥିଲେ ଆପଣାର ।

 

ଘରେ ମୁଁ କହିଲି

କରିଦିଅ ତା ସହ ବାହାଘର

କେହି ଶୁଣିଲେନି ମୋ କଥା

କାରଣ ମୁଁ ଏକ ବେକାର ।

 

କଳଙ୍କ ଲାଗିଲା ତା ଦେହରେ

ସେ ଗଲା ତା ମାମୁ ଘର

ମନେ ମନେ ଠିକ କଲି

ଯିବି ସୁରଟ କରିବି ରୋଜଗାର ।

 

ନିଜ ଗୋଡ଼େ ଠିଆ ହେଇ

ଦୁନିଆକୁ ଦିନେ ଦେଖାଇବି

ପଇସା ରୋଜଗାର କରି

ତାକୁ ମୁଁ ସାଥି କରି ନେବି ।

 

ସ୍ମୃତି ଖିଅରେ ଚଳାଇ ଅରଟ

କିଛି ଦିନ କାଟିଦେଲି

ଶେଷକୁ ସମ୍ଭାଳି ନପାରି

ତା ଠିକଣାରେ ଚିଠି ଦେଲି ।

 

ବିତିଗଲା କିଛି ଦିନ

ପାଇଲିନି ଉତ୍ତର

ଦୁଇମାସ ପରେ ଫେରି ମୁଁ ଘରକୁ

ଶୁଣିଲି ସାରିଛି ତା ବାହାଘର ...।


Rate this content
Log in

Similar oriya poem from Romance