Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarat Jal

Comedy Others

3  

Sarat Jal

Comedy Others

ହାଏ ମୋର ଦିଲ୍

ହାଏ ମୋର ଦିଲ୍

1 min
6.7K



ପ୍ରେମରେ ଯେତେ ତୁ

ସପିଙ୍ଗ୍ କରିବୁ

ଖୁସିରେ ଭରିବି ବିଲ୍

ହାଏ ମୋର ଦିଲ୍ ॥


ତୁ ମୋର ସପନ

ମୁଁ ତୋର ଜୀବନ

ତୋ ବିନା ମୁଁ ପରା ନିଲ୍

ହାଏ ମୋର ଦିଲ୍ ॥


ହୃଦୟକୁ ଚୋରି

କରିଛୁ ତୁ ଗୋରୀ

ଯେବେ ପିନ୍ଧୁ ହାଇହିଲ୍

ହାଏ ମୋର ଦିଲ୍ ॥


ସବୁ ସପ୍ତାହରେ

ଆଖିରେ ଆଖିରେ

ଚାଲେ ଆମ ମାସ୍ ଡ୍ରିଲ୍

ହାଏ ମୋର ଦିଲ୍ ॥


ପ୍ରେମ ରାଇଜର

ମୁଁ ପ୍ରେମକୁମାର

ମୋଦେହେ ବାଜିଛି ସିଲ୍

ହାଏ ମୋର ଦିଲ୍ ॥


ପ୍ରୀତି ଶ୍ରାବଣର

ତୁ ବରଷାଧାର

ହସୁଥାଆ ଖିଲ୍ ଖିଲ୍

ହାଏ ମୋର ଦିଲ୍ ॥


ଅସରା ଏ ଗପ

ଗପୁଛି ତୋ ରୂପ

ହୃଦୟଟା ମୋବାଇଲ୍

ହାଏ ମୋର ଦିଲ୍ ॥


ଯେଉଁଠିକି ଯା

ହେଲେ ତୁ ଅଲଗା

ନିଜେ ନିଜକୁ କରିବି କିଲ୍

ହାଏ ମୋର ଦିଲ୍ ॥


ଅନୀଲ୍ ଅମ୍ବାନୀ

ଟଙ୍କାରେ ସେ ଧନୀ

ମୁଁ ଧନୀ ଲଭର୍ ଅନୀଲ୍

ହାଏ ମୋର ଦିଲ୍..........॥


ଶରତ ଚନ୍ଦ୍ର ଜାଲି

ତା:୮/୭/୧୮


Rate this content
Log in

Similar oriya poem from Comedy