ଗୁରୁଙ୍କୁ ପ୍ରଣାମ
ଗୁରୁଙ୍କୁ ପ୍ରଣାମ
ଅଜ୍ଞାନ ପଥରେ ଜ୍ଞାନର ପ୍ରଦୀପ
କରନ୍ତି ସେ ପ୍ରଜ୍ବଳନ ।
ଅବୋଧ ବାଳକ ମାନବ ହୋଇଣ
ବିଶ୍ୱ କରେ ଉଜ୍ବଳନ ।।
ଗୁରୁଙ୍କ ବଚନେ ମତି ରହିଥିଲେ
ଜୀବନ ହୁଏନା ଶୂନ୍ୟ ।
ସଦଗୁରୁ ସଙ୍ଗେ ସାକ୍ଷାତ ପାଇଲେ
ମିଳିଯାଏ କୋଟି ପୁଣ୍ୟ ।।
ଜୀବନ ପାଠରେ ଯେତେ ଗୁରୁ ମୋର
ଅଟନ୍ତି ପୂଜ୍ୟଶ୍ରୀ ମହାନ ।
ଚଲାପଥ ତାଙ୍କ ହେଉ କୁସୁମିତ
ଘେନନ୍ତୁ ଆତ୍ମାର ପ୍ରଣାମ ।।