STORYMIRROR

Sasmita Sahoo

Inspirational

2  

Sasmita Sahoo

Inspirational

ସୁନେଲି ଭାରତ

ସୁନେଲି ଭାରତ

1 min
168

  

 ସ୍ୱାଧୀନ ଭାରତେ ସ୍ୱାଧୀନ ପବନେ

ନେଉଅଛି ଆଜି ନିଶ୍ୱାସ ।

ଜନନୀ ମାଆର ଗୌରବ ଗଗନେ

ପୂରିଅଛି ମୋର ବିଶ୍ୱାସ ।

କେତେକେତେ ବୀର,କେତେଯେ ଯବାନ

ଦେଇଛନ୍ତି ତାଙ୍କ ଜୀବନ ।

ତାଙ୍କରି ରକ୍ତରେ ସ୍ବର୍ଣ୍ଣିମ ହୋଇଛି

 ଇତିହାସ ଆମ ମହାନ ।।

ଅଶିକ୍ଷା ଅନ୍ଧାର କୁସ୍ଚିତ ସଂସ୍କାର

ବ୍ୟଭିଚାର ମିଶା ବିଚାର

ଦୁରକୁ ଫୋପାଡ଼ି ନିଃଶେଷ କରିବା

ସତ୍ୟ ର କରିବା ପ୍ରଚାର

ଜନ୍ମଭୂମି କୋଳେ କର୍ମ କରିଯିବା

ସୁକର୍ମ ହେଉ ଜୀବନ

ଆମରି କର୍ମର ସୁନେଲି କିରଣେ

ଭବିଷ୍ୟତ ହେଉ ମହାନ

ବନ୍ଦେ ଭାରତ ଜନନୀ ।।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational