Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sasmita Sahoo

Inspirational

4.0  

Sasmita Sahoo

Inspirational

ସୁନେଲି ଭାରତ

ସୁନେଲି ଭାରତ

1 min
153


  

 ସ୍ୱାଧୀନ ଭାରତେ ସ୍ୱାଧୀନ ପବନେ

ନେଉଅଛି ଆଜି ନିଶ୍ୱାସ ।

ଜନନୀ ମାଆର ଗୌରବ ଗଗନେ

ପୂରିଅଛି ମୋର ବିଶ୍ୱାସ ।

କେତେକେତେ ବୀର,କେତେଯେ ଯବାନ

ଦେଇଛନ୍ତି ତାଙ୍କ ଜୀବନ ।

ତାଙ୍କରି ରକ୍ତରେ ସ୍ବର୍ଣ୍ଣିମ ହୋଇଛି

 ଇତିହାସ ଆମ ମହାନ ।।

ଅଶିକ୍ଷା ଅନ୍ଧାର କୁସ୍ଚିତ ସଂସ୍କାର

ବ୍ୟଭିଚାର ମିଶା ବିଚାର

ଦୁରକୁ ଫୋପାଡ଼ି ନିଃଶେଷ କରିବା

ସତ୍ୟ ର କରିବା ପ୍ରଚାର

ଜନ୍ମଭୂମି କୋଳେ କର୍ମ କରିଯିବା

ସୁକର୍ମ ହେଉ ଜୀବନ

ଆମରି କର୍ମର ସୁନେଲି କିରଣେ

ଭବିଷ୍ୟତ ହେଉ ମହାନ

ବନ୍ଦେ ଭାରତ ଜନନୀ ।।

  


Rate this content
Log in

Similar oriya poem from Inspirational