STORYMIRROR

Bidyadhar Mantry

Abstract Inspirational

4  

Bidyadhar Mantry

Abstract Inspirational

ଗୁରୁଙ୍କ ଆହ୍ବାନ

ଗୁରୁଙ୍କ ଆହ୍ବାନ

1 min
308


ହେ,ଡିଜିଟାଲ ଯୁଗର ବିଦ୍ୟାର୍ଥୀ

ଭାରତୀୟ ପରମ୍ପରାର ଅଛି ସାର୍ଥକତା

ଗୁରୁ ଶିଷ୍ୟ ପରମ୍ପରା ସହ ନିବିଡ଼ ସମ୍ପର୍କ

ଜ୍ୱଳନ୍ତ ଉଦାହରଣ ରହିଛି ପୁରାଣ ପୋଥିରେ

ମହାଭାରତର ଏକଲବ୍ୟଙ୍କ ଗୁରୁ ଭକ୍ତି ଓ ଦକ୍ଷିଣା

ଭୁଲି ନ ଯାଅ ଗୁରୁଙ୍କ ମହିମା ଓ ଗରିମା

ଗୁରୁ ଚିର ପ୍ରବାହିତ ଝରଣା ସମ ବିଦ୍ୟମାନ

ଗୁରୁଙ୍କ ଶିକ୍ଷା ହିଁ ଅମୃତ ର ଧାରା

ଗୁରୁଙ୍କ ସହ ସୁସମ୍ପର୍କ ହିଁ ବିଜ୍ଞତାର ପରିଚୟ।


ସେ ଯୁଗର ଗୁରୁକୁଳ ଉଭେଇ ଯାଇଛି

ଶିକ୍ଷା ବ୍ୟବସ୍ଥା ର ଉନ୍ନତି କରଣ ହୋଇଛି

ଉନ୍ନୀତ ସ୍ମାର୍ଟ କ୍ଲାସ୍ ରୁମ୍,ଭର୍ଚୁଆଲ ଇ-ଲର୍ଣିଂ 

ଶିକ୍ଷକ କେବଳ ସଂପାଦନ-କାରୀ

ତଥାପି ଶିକ୍ଷକ ଚିର ନମସ୍ୟ

ଗୁରୁ ସାକ୍ଷାତ୍ ଈଶ୍ୱର ସମାନ

ଭକ୍ତି ଭାବ ସହ ରହୁ ସମ୍ପର୍କ ସ୍ଥାପନ।


ମଣିଷ ତିଆରି କାରଖାନାର ସ୍ରଷ୍ଟା ହିଁ ଗୁରୁ

ଗୁରୁଙ୍କ ନିର୍ଦ୍ଦେଶନାରେ ଆଦର୍ଶ ଚରିତ ଗଠନ

ସମାଜକୁ ଠିକ୍ ମାର୍ଗଦର୍ଶନ ରେ ଗୁରୁଙ୍କ ଅବଦାନ

ଚିର ସ୍ମରଣୀୟ ଗୁରୁଙ୍କର ଅମୃତ ବଚନ

ବାଟ ହୁଡ଼ି ଗଲେ ଅବା ଅବାଟ ରେ ଗଲେ

ଗୁରୁଙ୍କ ଜ୍ଞାନ,ପ୍ରେରଣା ରୁ ମିଳେ ସତ୍ୟର ସନ୍ଧାନ

ଗୁରୁଙ୍କ ଚିନ୍ତା ଧାରା ବି ସମଭାବାପନ୍ନ। 


ହେ ଦଣ୍ଡ ମୁକ୍ତ ଅଞ୍ଚଳର ଛାତ୍ର ଛାତ୍ରୀ ଗଣ

ନିଜ ଚରିତ୍ର ଗଠନ ପାଇଁ ହୁଅ ଯତ୍ନବାନ

ଏଇ ପବିତ୍ର ଗୁରୁ ଦିବସରେ ରହିଛି ଆହ୍ବାନ

ଦେଶର ବିକାଶରେ ହୁଅ କର୍ଣ୍ଣଧାର

ଗୁରୁ ଦତ୍ତ ଜ୍ଞାନର ଆଲୋକ ପ୍ରକାଶିତ କର

ଦୂରେଇ ଦିଅ ତିମିର ରୂପକ ଅଜ୍ଞାନ ଅନ୍ଧାର

ସ୍ମରଣୀୟ ହେଉ ସ୍ମୃତି ପବିତ୍ର ଗୁରୁ ଦିବସର।


Rate this content
Log in

Similar oriya poem from Abstract