ଗୁରୁ
ଗୁରୁ


ଗୁରୁ ଶବ୍ଦର ବ୍ୟାଖ୍ୟାନ
ଅଜ୍ଞାନ ରୂପକ ତମସାକୁ ଦୂରୀଭୂତ କରି
ନିଃସ୍ଵାର୍ଥପର ଭାବେ ଶିକ୍ଷାଦାନ କରି
କରେ ନିଜକୁ ଶ୍ରେଷ୍ଠ ଗୁରୁ ରୂପେ ମନନ ।
ଆରୋହରୁ ଅବରୋହ ଜ୍ଞାତରୁ ଅଜ୍ଞାତ
ସରଳରୁ ଜଟିଳ ଅସମାଧାନକୁ କରେ ସମାଧାନ
ସୂର୍ଯ୍ୟକର ସମ କର ଧରି
ଜ୍ଞାନକୁ କରେ ପରିମାର୍ଜିତ ।
ଧନ୍ୟ ଗୁରୁ ତୁମ୍ଭେ ଧନ୍ୟ ତୁମ୍ଭ ଜୀବନ
ତୁମେ ନିଃସ୍ଵାର୍ଥ ସେବକ ସତ୍ୟାଶ୍ରୟୀ
ସୁଗୁଣଯୁକ୍ତ ଗର୍ବ ଗାରିମାର ଅମ୍ଳାନ
ଧନ୍ୟ ଗୁରୁ ତୁମେ ଅଟଇ ମହାନ।
ଶିଷ୍ୟର ପ୍ରାଣ ପରିଚାୟକ ଅଟ ଅବଶ୍ୟ
ସାଧନାଶାଣିତ ,ଜ୍ଞାନଦୀପ୍ତ ଓ ଜୀବନାଧାରିତ ଏ ସମ୍ପର୍କ
ସତ୍ୟପ୍ରତି ସମର୍ପଣ ଶିଷ୍ୟପରାୟଣ
କେବଳ ନୁହେଁ ବିଦ୍ୟାର୍ଥୀର ସମାଜର ଅଟ ନମସ୍ୟ।