STORYMIRROR

PRASANNA MISHRA

Children

3  

PRASANNA MISHRA

Children

ଗୁରୁ

ଗୁରୁ

1 min
533

ଗୁରୁ ବୋଲି ଯେଉଁ ଦୁଇଟି ଅକ୍ଷର 

ଭାରି ଗରୀୟସି ସେହି

ଘୋର ତିମିରରୁ ପଥ ସେ ଦେଖାନ୍ତି

 ଜୀବନକୁ ଜାଳି ଦେଇ।1।


ଗଣିତ ବିଜ୍ଞାନ ଶିକ୍ଷା ସହିତରେ 

ମୂଲ୍ୟବୋଧ ମାନବିକ

ମଣିଷ ତିଆରିକାରଖାନାରେ ସେ

ଗଢନ୍ତି ସୁନାଗରିକ।2।


ଦୀପଶିଖା ପରି ଉଜ୍ଜ୍ୱଳ କରନ୍ତି

ଶିଷ୍ୟମାନଙ୍କୁ ତାଙ୍କରି

ଦୁନିଆ ଦାଣ୍ଡରେ ସୁଖ ସାଉଁଟନ୍ତି

ସମାଜର ହିତ କରି।3।


ଦୀପଜ୍ୟୋତି ଯଦି ଆଲୋକିତ କରେ

ଦିଆସିଲି କାଠି ପାଇଁ

ଜୀବନ ଜଂଜାଳେ ଭୁଲିବା ନାହିଁରେ

ହତାଦରେ ଫୋପାଡ଼ି ନ ଦେଇ।4।


ମନେ ରଖିଥିବା ତାଙ୍କରି ପାଇଁରେ

ଆଜି ପାଇଛେ ମହତ ସ୍ଥାନ

ତାଙ୍କରି ସେବାରେ ମନ ଲଗାଇଲେ

ତାଙ୍କ କଲ୍ୟାଣରୁ ହେବା ଧନ୍ୟ।5।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from PRASANNA MISHRA

ଗୁରୁ

ଗୁରୁ

1 min ପଢ଼ନ୍ତୁ

ଗୁରୁ

ଗୁରୁ

1 min ପଢ଼ନ୍ତୁ

ମାଆ

ମାଆ

1 min ପଢ଼ନ୍ତୁ

ମଶାଣି

ମଶାଣି

1 min ପଢ଼ନ୍ତୁ

Similar oriya poem from Children