ସ୍ୱାଧୀନତା
ସ୍ୱାଧୀନତା


ଚିର ଶାଶ୍ୱତ ସବୁଜ ସୁନ୍ଦର
ଆମ ଏ ଭାରତ ଭୂଇଁ
ଭିନ୍ନତାଏଠି ଛିନ୍ନ ହୋଇଛି
ଆମ ସ୍ୱାଧିନତା ପାଇଁ ।1।
କେତେ ଯେ ଗୌରବ ଅର୍ଜିଲେ
ଜୀବନରେ ପାଇଁ ବ୍ୟଥା
ବଳିଦାନ ତାଙ୍କ ବୃଥା ଯିବନାହିଁ
ଏ ମହୀ ଟେକିଛି ତାଙ୍କରିମଥା।2।
ଗାନ୍ଧୀ ଜବହାର ନେତାଜୀ ରାଜେନ୍ଦ୍ର
ଜନ ସହଯୋଗ ନେଇ
ବିଦେଶୀ ଶାସନ ହଟାଇଲେ ଦେଶୁ
ଆମ ସ୍ୱାଧୀନତା ପାଇଁ।3।
ସ୍ୱାଧୀନତା ଏଠି ପାଇଥିଲା ସତ
ମହତ ଉଦ୍ଦେଶ୍ୟ ନେଇ
ନାରୀ ଆଜି ଧର୍ଷିତ ହୁଅଇ
କୁତ୍ସିତ ମଣିଷ ପାଇଁ।4।
ରକ୍ତପିପାସୁର କୁତ୍ସିତ ଭାବନା
କାମାତୁରର କ୍ଳେଶ
ନାରୀଟିଏ ଆଜି ସଙ୍କୁଚିତ ହୁଏ
ହୃଦୟରେ ଭରି ଦ୍ୱେଷ।5।
ସ୍ୱାଧୀନତାର ପ୍ରକୃତ ମହତ
ଆଜି ବୁଝିବ କି ଛାର ନର
ଏକାକୀ ଅବଳା ନାରୀଟିଏ ଆଜି
ତା ପଥେ ହୋଇବ କି ପାର।6।