STORYMIRROR

Kalpana Mishra

Inspirational

3  

Kalpana Mishra

Inspirational

ଗୁରୁ

ଗୁରୁ

1 min
174


ଜନ୍ମ ଲଭିଲି ମୁଁ କୋଳରେ ଯାହାର

  ଚିହ୍ନାଇଲା ଯିଏ ସାରା ସଂସାର,

ଆଦ୍ୟ ଗୁରୁ ମୋର ଅତି ଆପଣାର

  କେହି ନୁହେଁ ସିଏ ମାଆଟି ମୋର ।


ଆଙ୍ଗୁଠି ଧରି ମୋ ଚଲା ଶିଖାଇଲେ

  ଭରିଦେଲେ ମନେ ସଂସ୍କାର ବାଣୀ,

ବଡ଼ ମଣିଷଟେ ହେବାକୁ ଜଗତେ

  ବାପା ଦେଲେ ମନ୍ତ୍ର ମନଟି ଜାଣି।


 ବିଦ୍ୟାଳୟେ ଗୁରୁ ହାତ ଧରି ମୋର 

  ପୋଥିଗତ ବିଦ୍ୟା ଦେଲେ ପଢ଼ାଇ,

ସେଇ ବିଦ୍ୟା ବଳେ ସଂସାର ସାଗରେ

  ଲଙ୍ଘିବାକୁ ବଳ ପାଇଲି ମୁହିଁ ।


ଦାମ୍ପତ୍ୟ ଜୀବନେ ସ୍ୱାମୀ ମୋର ଗୁରୁ

  ସମ୍ପର୍କର ଦେଲେ ସେ ପରିଚୟ,

ଭରା ପରିବାରେ ବାନ୍ଧିଲି ସ୍ନେହରେ 

  ଅଚିରେ କରିଲି ହୃଦୟ ଜୟ ।


ସୀମାହୀନ ଏଇ ସଂସାର ପଥରେ

   ଶିଖିବା, ଜାଣିବା ନ ସରେ କେବେ,

ଯେ ଶିଖାଏ ନୁହେଁ ଜୀବନେ ଅସାର

  ମହାଗୁରୁ ବୋଲି ତାଙ୍କୁ ମୁଁ ଭାବେ ।


ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ ,ମହାଦେବ

  ସୃଷ୍ଟିର ଓଁ କାର ଆଦ୍ୟ ଅକ୍ଷର,

ପାଦ ତଳେ ତାଙ୍କ ସ୍ଵର୍ଗଟି ମୋହର

  ଭୁ ରୁ ଭୁମା ଯାଏ ତାଙ୍କ ବିସ୍ତାର।

   

ଗୁରୁଦିବସ ମୁଁ ଭାବିଛି ମନରେ

  ନୁହେଁ ଶ୍ରେଷ୍ଠ କେବେ ଦିନକ ପାଇଁ,

ପ୍ରତିଟି ମୁହୂର୍ତ୍ତେ ନୂଆଁଉଛି ମଥା

   ତାଙ୍କରି ପାଦରେ ଭକ୍ତିରେ ମୁହିଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational