STORYMIRROR

Sahadev Behera

Inspirational

2  

Sahadev Behera

Inspirational

ଗୁରୁ ଯେ ଈଶ୍ବର

ଗୁରୁ ଯେ ଈଶ୍ବର

1 min
183


ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ  ଗୁରୁ ଯେ ଈଶ୍ବର 

ଗୁରୁ ଅଟେ ସ୍ବୟଂ ବ୍ରହ୍ମ  କରୁ ଯେ ଜୁହାର ll 

      

ଜ୍ଞାନ ଚକ୍ଷୁ ମେଲି ଦିଏ  ହଟଇ ଅଜ୍ଞାନ 

ବିଦ୍ୟାବୁଦ୍ଧି ଜ୍ଞାନ ଶୁଦ୍ଧି  କରନ୍ତି ପ୍ରଦାନ ll

        

ବିଦ୍ୟା, ବୁଦ୍ଧି, ଜ୍ଞାନ ସିନ୍ଧୁ  ଶିକ୍ଷା ଗୁରୁ ସିଏ 

ଦୀପ ପରି ଜଳି ଜଳି  ଜ୍ଞାନାଲୋକ ଦିଏ ll 

          

ଅବଧୂତ ଗୁରୁ ଲଭି  ସଂସାରେ ଯେ ଖ୍ଯାତ 

ଯାଠାରୁ ସେ ଯେଉଁ ଭାବେ  ଶିକ୍ଷା କଲେ ପ୍ରାପ୍ତ ll 


ଦୁନିଆରେ ଗୁରୁ ବିନା କାର୍ଯ୍ୟ ଯେ ଅଧୁରା 

ସୁଖ ଦୁଃଖ ବିପଦରେ ଗୁରୁ ଯେ ଆସରା ll 


ଭଲମନ୍ଦ ବିଚାରରେ ଗୁରୁ ବାକ୍ଯ ସାର 

ଅଜ୍ଞାନର ଅନ୍ଧ କୂପୁ କରନ୍ତି ଉଦ୍ଧାର ll 


ଗୁରୁ ସତ୍ଯ ଗୁରୁ ନିତ୍ଯ ଗୁରୁ ମହେଶ୍ବର 

ପିତା ଗୁରୁ ମାତା ଗୁରୁ ଶିକ୍ଷା ଗୁରୁ ସାର ll 

       

ଯୁଗେ ଯୁଗେ ଗୁରୁ ଭକ୍ତି  ସର୍ବାଗ୍ରେ ପୂଜିତ 

ଧର୍ମ, ନ୍ୟାୟ, ମୂର୍ତ୍ତିମନ୍ତ  ସର୍ବଦା ବନ୍ଦିତ ll 

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational