STORYMIRROR

Ghanashyam Jena

Inspirational

3  

Ghanashyam Jena

Inspirational

ଗୁରୁ ମହିମା

ଗୁରୁ ମହିମା

1 min
216

ଗୁରୁ ବ୍ରହ୍ମା ବିଷ୍ଣୁ ଈଶ୍ୱର, ଜଗତର ଠାକୁର,

ଗୁରୁ ସାକ୍ଷାତ୍ ପରମ ବ୍ରହ୍ମ, ପଦେ ପ୍ରଣତି ମୋର।


ଜଗତକୁ ଗୁରୁ ମଣିବା, ଗୁରୁମୟ ଜଗତ,

ସେହି ସତ୍ତା ବଳେ ଜଗତ ହୁଅଇ ଆତଯାତ।


ଜଳ ସ୍ଥଳ ବନ ପବନ, ଅନ୍ତରୀକ୍ଷ ଗଗନ,

ସବୁଠାରେ ଦିବ୍ୟ ସତ୍ତାର, ପ୍ରକାଶ ବିଦ୍ୟମାନ।


ଜଗତ ମଙ୍ଗଳ କରାତା, ଜଗତର ଈଶ୍ୱର,

ଜୟ ଜୟ କାର ନାଦରେ, ବନ୍ଦେ ପଦ୍ମ ପୟର।


ଗୁରୁ ହିଁ ସାକ୍ଷାତ୍ ଈଶ୍ୱର, ଜନେ ନମଣ ନର,

କିଞ୍ଚିତ କୃପାରେ ହୋଇବ, ଭବ ସାଗରୁ ପାର।


ହରି ରୋଷ ହେଲେ ଉଦ୍ଧରେ, ଗୁରୁ ଶାସ୍ତ୍ରେ ପ୍ରମାଣ,

ଗୁରୁ କଲେ ରୋଷ ଉଦ୍ଧରି, ନ ପାରେ ନାରାୟଣ।


ମାତା ପିତା ପରା ଅଟନ୍ତି, ଆଦ୍ୟ ଗୁରୁ ଆମର,

ତାଙ୍କ ଆଶୀର୍ବାଦ ବଳରେ ମିଳେ ଶାନ୍ତି ଅପାର।


ଗୁରୁ ପଦେ କର ପ୍ରଣତି, ଢାଳି ମନ ପରାଣ,

ସାର୍ଥକ ହୋଇବ ଜୀବନ, ଧ୍ୟାୟୀ ତାଙ୍କ ଚରଣ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational