STORYMIRROR

Chinmaya Kumar Nayak

Abstract

2  

Chinmaya Kumar Nayak

Abstract

ଗୁରୁ ହିଁ ଈଶ୍ୱର

ଗୁରୁ ହିଁ ଈଶ୍ୱର

1 min
277

ଗୁରୁ ସଂସାର ଗଗନେ ଧ୍ୱାନ୍ତାରୀ,

ଗୁରୁ ଭଵ ଜଳଧିର କାଣ୍ଡାରୀ।


ଗୁରୁ ସ୍ୱୟଂ ପରଂବ୍ରହ୍ମ ସ୍ୱଦେହେ,

ଶିଷ୍ୟେ ଦର୍ଶାନ୍ତି ସୁପଥ ବିଦେହେ।


ଲୀଳା କାରଣେ ଏ ସୃଷ୍ଟି ରଚନ୍ତି,

ବଦ୍ଧ ଜୀବକୁ ମୁକତି ଦିଅନ୍ତି।


କୋଟି ଜନ୍ମ ପୁଣ୍ୟଫଳେ ମିଳନ୍ତି,

ଶିଷ୍ୟ ଅଜ୍ଞାନ ତିମିର ହରନ୍ତି।


ପଥହରାକୁ ସୁପଥ ଦେଖାନ୍ତି,

ଜୀଵ ଜୀବନର ଲକ୍ଷ ଶିଖାନ୍ତି।


ପ୍ରାଣ ଭରିଦେଇ ନବ ସଂସ୍କାରେ,

ଗୁରୁ ଘେନିଯାନ୍ତି ମୋକ୍ଷ ପଥରେ। 


ମାୟା ମୋହ ଫାଶ କରି ମୋଚନ,

ଶିଷ୍ୟେ ଦିଅନ୍ତି ସେ ଦିବ୍ୟ ଲୋଚନ। 


ଗୁରୁ ପୂଜନେ ସର୍ବ ଦେବ ଶାନ୍ତି,

ଗୁରୁ ଅବଜ୍ଞାରେ ନର୍କ ଲଭନ୍ତି। 


ଅବିଚାରେ ଉପଦେଶ ପାଳନେ,

ଗୁରୁଶକ୍ତି ଶିଷ୍ୟ ମଧ୍ୟେ ସଞ୍ଚରେ। 


ଗୁରୁ ଆଜ୍ଞାନେ ଆଲୋକ ବର୍ତ୍ତିକା

ଜାଳି ଦିଅନ୍ତି ଜ୍ଞାନ ଦୀପ ଶିଖା। 


ଗୁରୁ ନିର୍ଗୁଣ, ସଗୁଣ ଗୁଣାତୀତ,

ଗୁରୁ ଅରୁପ, ସ୍ୱରୂପ ଅପରୂପ। 


ଗୁରୁ ସୃଜକ, ପାଳକ, ସଂହାରକ,

ଗୁରୁ ଆଲୋକେ ଆଲୋକ ପ୍ରଦାୟକ। 


ସେ ଯେ ସିଦ୍ଧ, ବୁଦ୍ଧ ଓ ସୁସମୃଦ୍ଧ,

ଗୁରୁ ବିଶ୍ୱ ସୃଜନର ମହା ବୋଧ। 


ଘୋର ଅଜ୍ଞାନ ବିପିନେ ବୀର ବ୍ୟାଧ,

ଗୁରୁ ଜୀଵ ଉଦ୍ଧାରକ କୂଳବୃଦ୍ଧ। 


ଭଵ ସଂସାର ନିଦାଘ ଜ୍ବଳନରେ,

ଗୁରୁ ଶୀତପ୍ରଦ ଜ୍ଞାନ ଚନ୍ଦନରେ। 


ଭକ୍ତି ମୁକତି କରନ୍ତି ପ୍ରଦାନ,

ଭକ୍ତି ଭାବରେ କରିଲେ ପୂଜନ। 


ଗୁରୁ ମାନବ ଶରୀରେ ଈଶ୍ୱର,

କୃପା କରନ୍ତି ଭକତେ ସତ୍ୱର। 



Rate this content
Log in

Similar oriya poem from Abstract