STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଗୁଞ୍ଜୁ ଥାଉ ନାମ ତୋର

ଗୁଞ୍ଜୁ ଥାଉ ନାମ ତୋର

1 min
373

ବଙ୍ଗ ସାଗର ର କୁଳରେ ମନ୍ଦିର 


ବଡ଼ଦେଉଳଟି ନାମ,


ଭାଇ ଭଉଣୀ ଙ୍କୁ ସଙ୍ଗତେ ଘେନିଣ


ଦେଖି ଅଛୁ ନର କର୍ମ।୧।


ଦେଖୁ ଅଛୁ କାର୍ଯ୍ୟ ଚକା ନୟନରେ


ଜନତାଙ୍କ ରୀତିନୀତି,


ଯେଉଁ ଉଦେଶ୍ୟରେ ମନୁଷ୍ୟ ଜୀବନ


ସୃଷ୍ଟି କରୁ ଅଛୁ ନିତି।୨।


କର୍ମପଥ ମୋର ଶକ୍ତିଶାଳୀ କର


ତହିଁ ଜ୍ଞାନ ଭରି ଦିଅ,


ନିସ୍ବାର୍ଥରେ କାର୍ଯ୍ୟ କରୁ ଥାଏ ଏଠି


ସେବା ଭାବ ଭରି ଦିଅ।୩।


ଭକ୍ତି ଜ୍ଞାନ ଭର ମନପ୍ରାଣେ ମୋର


ଧର୍ମପଥ ହେଉ ପଥ,


ଜନତା କଲ୍ୟାଣେ ସେବାଭାବ ରହୁ


ରାଷ୍ଟ୍ର କାର୍ଯ୍ୟ ହେଉ ପଥ।୪।


ପଥ ଭ୍ରଷ୍ଟ ନହୁ ଜୀବନ ଯାତ୍ରାରେ


ସମଭାବ ରହୁ ମନେ,


ଦୁଃଖି ଜନ ସେବା ମନ୍ତ୍ର ହେଉ ମୋର


ତବଭକ୍ତି ରହୁ ମନେ।୫।


ହୃଦୟରେ ମୋର ତବ ନାମ ଗୁଞ୍ଜୁ 


କାଳିଆ କାଳିଆ ନାମ


ଚରଣ ସେବାରେ ମନପ୍ରାଣ ରହୁ


ଭଜୁ ଥାଉ ତୋର ନାମ।୬।


ଜ୍ଞାନର ପ୍ରଦୀପ ତୁହି ଜଗନ୍ନାଥ


ଜଗତ କଲ୍ୟାଣ କରୁ,


ମନବାଞ୍ଛା ପୂର୍ଣ୍ଣ କର ଦୟାନିଧି


ଦିବ୍ୟ ଜ୍ଞାନ ମନେ ଭରୁ।୭।


ସତ୍ୟପଥ ମୋର ରହୁ ସଦା କାଳେ


ମୁକ୍ତି ପଥ ତୁହି ଦେବୁ,


କାର୍ଯ୍ୟ କ୍ଷେତ୍ରେ ମୋର ଜ୍ଞାନ ଭରି ଦେବୁ


ଭକ୍ତି ପ୍ରେମ ଶ୍ରଦ୍ଧା ଦେବୁ।୮।


ଏତିକି ମାଗୁଣି ପ୍ରଭୁ ଜଗନ୍ନାଥ


ଅନ୍ତର୍ଭୁକ୍ତ ହେଉ ମନ,


ଜପାମାଳି ହେଉ ଜଗନ୍ନାଥ ନାମ


ପ୍ରାଣ ଯାଉ ଭଜି ନାମ।୯।


ବଙ୍ଗ ସାଗର ର କୁଳରେ ମନ୍ଦିର


ବଡ଼ଦେଉଳଟି ନାମ,


ଭାଇ ଭଉଣୀ ଙ୍କୁ ସଙ୍ଗତେ ଘେନିଣ


ଦେଖୁ ଅଛୁ ନର କର୍ମ।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract