Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Tragedy

3  

Panchanan Jena

Tragedy

ଗୁଳୁଗୁଳି ପର୍ବ

ଗୁଳୁଗୁଳି ପର୍ବ

1 min
313


କାହିଁକି କେଜାଣି

ମ୍ଳାନ ଶରତ ସନ୍ଧ୍ୟାରେ 

ହୁଗୁଳା ପବନ ଉଭାନ୍ 

ଗୁଳୁଗୁଳିର ନିର୍ମମ ଉଚ୍ଚାରଣ

ଝାଳରେ ଆପ୍କୁତ କପୋଳ ଲଲାଟ

ଆସୂର୍ଯ୍ୟମପଶ୍ୟ ସ୍ଥାନରେ ବିଭ୍ରାଟ ।


କାହିଁକି କେଜାଣି

ମୁକୁଳି ପାରୁନି ନିଜକୁ

ଶାରଦୀୟ ଶିଶିର 

ଶୀତଳତାର ଶିକୁଳି

ହେଉଛି ତଲ୍ଲୀନ ମୋହାଛନ୍ନ

ସମ୍ମୋହନ ବାଉଳି

ବାଦଲଫଟା ଘନଘଟା ହେଣ୍ଟାଳ

ଲଘୁଚାପ ବର୍ଷାର ରୂପ କରାଳ

ମୌସୁମୀ ଫେରୁଛି ଶରତ ପିଠିରେ

ସ୍ଵପ୍ନଭଙ୍ଗ ଶାରଦୀୟ ପାର୍ବଣ ଋତୁରେ ।


କାହିଁକି କେଜାଣି

ଅନ୍ତଃସ୍ଵରେ ସୁଦୀର୍ଘ ନୀରବତା

ଋତୁଚକ୍ରେ ବିକ୍ଷିପ୍ତ ବିଭିନ୍ନତା

ସମ୍ଭାବନାର ସ୍ୱପ୍ନ ଡଙ୍କଉ ନାହାନ୍ତି ଆଜିକାଲି

ଲାଉ- ପୋଇ- କଖାରୁ ଲତା ପରି ମନ- ମଥାନରେ ହଲି ଦୋହଲି 

ସ୍ମୃତି ସିଲଟରେ ସମୟର ଦଂଶନ

ଛାତି-ମତି ମନ୍ଥି ହୁଏ ଚିନ୍ତା ଚେତନ ।


କାହିଁକି କେଜାଣି

କୁଆଁରୀ ଶୀତର ନରମ ଆସ୍ତରଣ

ରଜନୀ ରାଣୀର ଶିଶିର ଶୀହରଣ

କୋମଳ ସକାଳର ପତଳା ବେହରଣ

କୀଟଦ୍ରଂଷ୍ଟ ମର୍ମଲିପି ମୋର

ଆହତ ସନ୍ତାପିତ ଶର୍ମଶାର ।


କାହିଁକି କେଜାଣି

ବ୍ୟତିକ୍ରମ ଆଜିର ଏ ଜଳବାୟୁ

ପ୍ରକୃତି କ୍ଷଣ କ୍ଷଣକେ ଆନ

ଉତ୍ତପ୍ତ ସୌରମଣ୍ଡଳ ଆମୂଳଚୂଳ

ହନ୍ତସନ୍ତ ଅସ୍ତବ୍ୟସ୍ତ ଜନଜୀବନ ।


କାହିଁକି କେଜାଣି

ମନ ମସ୍ତିଷ୍କରେ ଭାଳେଣି

ବୋଧହୁଏ ରୁଷିଛି ପ୍ରକୃତି ରାଣୀ ଧରଣୀ

ଦେଖି ମଣିଷର ଅତ୍ୟାଚାର

ନୀରବରେ ପ୍ରତିଶୋଧ ନେଉଛି

ଅଙ୍କୁଶ ବିହୀନ ବ୍ୟଭିଚାର ।


କାହିଁକି କେଜାଣି

ଅନ୍ଧପୁଟୁଳି ଭ୍ରମରେ ଜ୍ଞାନୀ ବିଜ୍ଞାନୀ ମାନବ

ବିଶ୍ୱନିୟନ୍ତା ପରମେଶ୍ଵର ନିଶାରେ

ମାତାଲ୍ ଅବିବେକୀ ଦାନବ ।


ଭବିଷ୍ୟତ ସତର୍କ ସନ୍ଦେଶ

ପାଇଁ ଅନ୍ଧ ମୂକ ବଧିର ସାଜି

ଜାଣି ଅଜଣା ଝୁଣ୍ଟି ପଡୁଛି

ପ୍ରକୃତି ହତ୍ୟାକାରୀ ବାଜି ।


ଲହୁ ଲୁହାଣ ହେବ ହିଁ ହେବ

ଅସତ୍ୟ ସହରେ

ରକ୍ତ କ୍ଷରଣ କହଦହ ମରଣ

ଶେଷପର୍ବ ଗୁଳିଗୁଳିରେ ।



Rate this content
Log in

Similar oriya poem from Tragedy