ବୀଣାପାଣି ତ୍ରିପାଠୀ

Tragedy

3  

ବୀଣାପାଣି ତ୍ରିପାଠୀ

Tragedy

ଗୁଲାବ

ଗୁଲାବ

1 min
350


ଖବର ଦଉଥିବା ଲୋକ ଟା 

ଖବର ଟେ ପାଲଟିଲା ପରେ 

ଗୁଲାବ ଆସିଥିଲା

ଛାତି ରେ କୋହ 

ଖର ଖର ନିଶ୍ବାସ ରେ 

ଥର ଥର ସଂପର୍କ ର ମୋହ 

ଧିରେ ଧିରେ ଘନୀଭୂତ 

ହେଉଥିଲା ଶୋକ ଯେ ,

ବଢୁଥିଲା ଲୁହ ର ପ୍ରକୋପ ।


ବତୁରୁଥିଲା ମାଟି 

ପଞ୍ଚଭୂତ ରେ ଲୀନ ଅମ୍ଳାନ ଆତ୍ମା କୁ 

ଝୁରି ଝୁରି ଝରୁଥିଲା ବିକଳେ ପ୍ରକୃତି 

ଦି ଦିନ ର ଅତିଥି ସେ  

ଆସିଥିଲା, ଚାଲିଗଲା 

ସ୍ମୃତି ରେ ତା' ଗଛ ପତ୍ର ବାହୁନୁଛି ।


କି ଚିତ୍କାର ! ଏ ପବନର 

ସୁ ସୁ ଗର୍ଜନ ରେ 

ଦରାଣ୍ଡୁଥିଲା ବେଳାଭୂମି 

ରାଜରାସ୍ତା , ବସ୍ତି, ଆଶ୍ରୟସ୍ଥଳି 

ଚୁଡାଗୁଡ ପୁଡିଆ ଠୁଁ 

ଭଂଗାରୁଜା କୁଡିଆ ଯାଏଁ  

କାଳେ କଉଠି 

ଘୁମେଇ ପଡିଛି କି 

ନିର୍ଭୀକ, ସେ ଖେଳୁଆଡ ତାଜା ଖବରର ।


ବେଶ୍, ଥମିଗଲା ବର୍ଷା 

ପବନ ନୀରବ 

କେହି ବୋଧେ କହିଦେଲେ 

ତା'ର ହଜିଯିବା ବାର୍ତ୍ତା 

ଶ୍ରଦ୍ଧାଞ୍ଜଳି ବିନମ୍ରେ ଜଣାଇ 

ଫେରିଗଲା , ଫେରିଗଲା ବାତ୍ୟା  ।


Rate this content
Log in

Similar oriya poem from Tragedy